Below header

ଲୋକଙ୍କ ଆଗରେ ପୋଲିସ୍‌ ଓ ଟୋଲ୍‌ଗେଟ୍‌ କର୍ମଚାରୀଙ୍କୁ ମନ୍ତ୍ରୀଙ୍କ ଗାଳି, ଭିଡିଓ ଭାଇରାଲ

ଜୟପୁର (ରାଜସ୍ଥାନ) : ଟୋଲ୍‌ଗେଟ୍‌ କର୍ମଚାରୀ ଓ ପୋଲିସ୍‌କୁ ମନ୍ତ୍ରୀଙ୍କ ତାଗିଦ । ‘‘ମୁଁ ଶୁଣୁଛି ଯେ ତୁମେ ସବୁ ଗାଁ ଲୋକଙ୍କ ଠାରୁ ବେଆଇନ୍‌ ଭାବେ ଟଙ୍କା ଆଦାୟ କରୁଛ । ତେବେ ତୁମ ଅବସ୍ଥା ଖରାପ କରି ଦେବି । ସମସ୍ତଙ୍କ ବଦଳି କରିଦେବି ’’ା ଏମିତି କହିଛନ୍ତି ରାଜସ୍ଥାନର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅଶୋକ ଚାନ୍ଦନା । ରାଜସ୍ଥାନର ବୁନ୍ଦି ଅଞ୍ଚଳକୁ ଗସ୍ତରେ ଯାଇଥିଲେ ମନ୍ତ୍ରୀ । ଟୋଲ୍‌ଗେଟ୍‌ ପାଖରେ ଲୋକଙ୍କ ଆଗରେ ପୋଲିସ୍‌ ଓ ଟୋଲ୍‌ଗେଟ୍‌ କର୍ମଚାରୀଙ୍କୁ ଖୁବ୍‌ ଗାଳି ଦେଇଥିଲେ । ଗାଁ ଲୋକେ ଟୋଲଗେଟ୍‌ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିବାପରେ ମନ୍ତ୍ରୀ ଏଭଳି ଚେତାବନୀ ଦେଇଥିଲେ । ସେତେବେଳେ ପୋଲିସ୍‌ କର୍ମଚାରୀ ଜଣକ କେବଳ ମୁଣ୍ଡ ତଳକୁ କରି ମନ୍ତ୍ରୀଙ୍କ ଗାଳି ଶୁଣୁଥିଲେ । ଏହାର ଭିଡିଓ ଭାଇରାଲ ହୋଇଛି ।
ଦେଖନ୍ତୁ ଭିଡିଓ…. ସୌଜନ୍ୟ : ଏଏନ୍‌ଆଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.