Below header

ଜମ୍ମୁ-କଶ୍ମୀର : ସୋପିୟା ଜିଲ୍ଲାରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି, ୪ ରୁ ୫ ଆତଙ୍କୀ ଥିବାର ଅନୁମାନ

ଜମ୍ମୁ-କଶ୍ମୀର :  ଜମ୍ମୁ-କଶ୍ମୀର ସୋପିୟା ଜିଲ୍ଲା ହିରପୋରା ଅଞ୍ଚଳ ସିଡୋ ଜଙ୍ଗଲରେ ସଂଘର୍ଷ ଜାରି ରହିଛି । ସୂଚନାନୁଯାୟୀ, ଏହି ଜଙ୍ଗଲରେ ୪ ରୁ ୫ ଆତଙ୍କବାଦୀ ଥିବାର ଅନୁମାନ କରାଯାଉଛି । ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ଜଙ୍ଗଲରେ ଆତଙ୍କବାଦୀ ଲୁଚି ଥିବା ସୁରକ୍ଷାବଳଙ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଫଳରେ ସୁରକ୍ଷା ବଳର ଏକ ଟିମ୍‌ ଏଠାରେ ଅପରେସନ୍‌ ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ସଂଘର୍ଷ ଜାରି ରହିଥିଲେ ହେଁ କୌଣସି ଆତଙ୍କବାଦୀଙ୍କୁ ମୃତ କିମ୍ବା ଜୀବିତ ଧରାଯାଇ ପାରିନାହିଁ  ।

ପ୍ରକାଶଯୋଗ୍ୟ ଯେ ଏଥିପୂର୍ବରୁ ପୁଲଓ୍ଵାମା ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଜାରି ସଂଘର୍ଷରେ ୩ ଆତଙ୍କବାଦୀ ମୃତ ହୋଇଥିବା ଜଣାଯାଇଛି । ଏହି ସମସ୍ତ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନେ ଏକ ୩ ମହଲା ଘରେ ଲୁଚି ରହିଥିଲେ । ସୁରକ୍ଷା ବଳ ବିସ୍ଫୋରଣରେ ଏହି ୩ ମହଲା ଘରକୁ ଉଡାଇ ଦେଇଥିଲେ । ଫଳରେ ଏଠାରେ ଲୁଚି ଥିବା ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ପରେ ସୁରକ୍ଷା ବଳ ଏହି ସ୍ଥାନରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.