ଗ୍ରୀଷ୍ମ ଲହରୀରୁ ଆଶ୍ବସ୍ତି ଦେବ ବର୍ଷା, ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ଦିନରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଉପରେ ରହୁଛି। ବିଶେଷ କରି ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ପ୍ରଚଣ୍ଡ ରୌଦ୍ରତାପରେ ହନ୍ତସନ୍ତ  ହେଉଛି। । ତେବେ ଏହି ତାତିରୁ କିଛି ମାତ୍ରାରେ ମିଳିବ ଆଶ୍ୱସ୍ତି  । ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ  ।

ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନୂଆପଡା ଏବଂ କେନ୍ଦୁଝର ଏହି ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହି ସମୟରେ ବାହାରକୁ ନବାହାରିବା ସହ ନିରାପଦ ସ୍ଥାନରେ ରହିବାକୁ କହିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.