ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ, ପ୍ରଥମ ଶ୍ରେଣୀର ଦୀପ୍ତିମୟୀ ଦେଉଛି ପରିବେଶ ସୁରକ୍ଷା ବାର୍ତ୍ତା

ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛି କୁନି ଝିଅ। ଗଛ ଲଗାନ୍ତୁ, ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ, ଜଙ୍ଗଲ ଆମ ଜାତୀୟ ସମ୍ପତ୍ତି ଏହାକୁ ସୁରକ୍ଷା ଯୋଗାନ୍ତୁ ଏଭଳି ବାର୍ତ୍ତା ଦେଇ ଗଛ ଲଗାଉଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଦୀପ୍ତିମୟୀ ନାଏକ ଦେଉଛନ୍ତି ଏଭଳି ସଚେତନତା ବାର୍ତ୍ତା। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତ୍ର ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଦୀପ୍ତି ପିଲାଟି ବେଳୁ ଗଛ ଲଗାଇବାକୁ ଭଲ ପାଏ।

ସେ କେବଳ ନିଜେ ଗଛ ଲଗାଏନି ଅନ୍ୟମାନଙ୍କୁ ମଧ୍ୟ ଗଛ ଲଗାଇବାକୁ ପ୍ରୋତ୍ସାହିତ କରେ। ସମସ୍ତେ ଗଛ ବଞ୍ଚାଇଲେ ହିଁ ଆମେ ଅମ୍ଳଜାନ ପାଇପାରିବ ଓ ପୃଥିବୀରେ ଭଲରେ ବଞ୍ଚିପାରିବା ବୋଲି କୁହେ ଦୀପ୍ତି। ନିକଟରେ ଉତ୍କଳ ଦିବସ ଉପଲକ୍ଷେ ଦୀପ୍ତି ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଗଛ ଲଗାଇବାକୁ ଉତ୍ସାହିତ କରିଛି।

ଦୀପ୍ତିମୟୀଙ୍କ ବାପା ପେସାରେ ଜଣେ ଦିନ ମଜୁରିଆ। ବାହାରେ ଖରାରେ ଖଟିଲେ ପରିବାରକୁ ପୋଷିବେ। ଏମିତି ଏକ ଅଭାବୀ ପରିବାରରେ ଜନ୍ମିତ ଦୀପ୍ତିର ଚିନ୍ତାଧାରା କିନ୍ତୁ ସମସ୍ତଙ୍କ ଠାରୁ ଭିନ୍ନ। ସେ ପୃଥିବୀକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାକୁ ଏଇ ବୟସରୁ ଚେଷ୍ଟା କରୁଛି। ତେବେ ଦୀପ୍ତିର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.