୧୪ ଅପ୍ରେଲରେ ଲଞ୍ଚ ହେବ ସୋନି ଏକ୍ସପେରିଆ ସ୍ମାର୍ଟଫୋନ୍‌, ଜାଣନ୍ତୁ କ’ଣ ଫିଚରର୍ସ ରହିଛି ସ୍ମାର୍ଟଫୋନ୍‌ରେ

ଜାପାନୀ କମ୍ପାନି ୧୪ ଅପ୍ରେଲରେତା’ର ଲାଟେଷ୍ଟ ମଡେଲ ଫୋନ୍‌ Xperia ଲଞ୍ଚ କରିବାକୁ ଯାଉଛି । ଏ ସମ୍ପର୍କରେ ୟୁଟ୍ୟୁବ୍‌ରେ ସୂଚନା ଦେଇଛି କମ୍ପାନି ।

ଜାପାନ ମଲ୍ଟିନେସ୍‌ନାଲ୍‌ କମ୍ପାନି ସୋନି କର୍ପୋରେସନ୍‌ ତା’ର ଲାଟେଷ୍ଟ ମଡେଲ୍‌ ଲଞ୍ଚ କରିବାକୁ ଯାଉଛି । କମ୍ପାନି ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ୧୪ ଅପ୍ରେଲ ଭାରତୀୟ ସମୟ ୧ଟା ବେଳେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । କେଉଁ ମଡେଲ୍‌ ଲଞ୍ଚ୍‌ କରିବ ସେ ସମ୍ପର୍କରେ କମ୍ପାନି କିଛି କହିନଥିଲେ ହେଁ Xperia 1 III ଓ Xperia Compact ଲଞ୍ଚ କରାଯାଇପାରେ ବୋଲି କମ୍ପାନି କହିଛି ।

Xperia 1 III ରେ ରହିଛି ଏହି ଫିଚର୍ସ :

ରିପୋର୍ଟ ଅନୁଯାୟୀ, Xperia 1 III ରେ ପେରିସ୍କୋପ୍‌ ଜୁମ୍‌ ଲେନ୍ସ ରହିବ । ଏହା Snapdragon 888 ପ୍ରୋସେସର ସହ ଆସିପାରେ । ଏଥିରେ 120Hz ରିଫ୍ରେସ ରେଟ୍‌ ବାଲା ସ୍କ୍ରିନ ରହିପାରେ । ଏହା ସହିତ ୧୨ ଜିବି ର‍୍ୟାମ୍‌ ଓ ୫ ଜି ସ୍ପୋର୍ଟ ସହିତ ଆସିପାରେ । ଏଥିରେ ୫.୫ ଇଞ୍ଚର ଡିସ୍‌ପ୍ଲେ ରହିଛି ଯାହାକି iPhone Mini ଠାରୁ ଟିକିଏ ବଡ଼ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.