Below header

ଏହି ଉପାୟରେ ମାତ୍ର ୫ ମିନିଟ୍‌ରେ ଘରେ ବନାନ୍ତୁ ବଜାର ଭଳି ଦହି ଲସି

ଖରାଦିନ ଆସିବା ମାତ୍ରେ ଲୋକମାନେ ଦହିକୁ ଅଧିକ ବ୍ୟବହାର କରିଥାନ୍ତି। ଦହି ଖାଇବା ଦ୍ୱାରା ଶରୀରରେ ଜଳୀୟାଂଶ ଅଭାବ ପରିଲକ୍ଷିତ ହୋଇନଥାଏ। ଏହା ଶରୀରକୁ ମଧ୍ୟ ଥଣ୍ଡା ରଖିଥାଏ। ଏହି କାରଣରୁ ଲୋକମାନେ ଖରାଦିନେ ଦହିର ସରବତ ବନାଇ ପିଇଥା’ନ୍ତି। ତେବେ ଯଦି ଆପଣ ବି ଖରାଦିନେ ଦହିର କିଛି ପାନୀୟ ତିଆରି କରିବାକୁ ଚାହୁଁଥାନ୍ତି, ତେବେ ଲସି ହେଉଛି ସବୁଠୁ ଭଲ ବିକଳ୍ପ। ଆସନ୍ତୁ ଜାଣିବା ଦହି ଲସିର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

ଦହି, ଚିନି, ବରଫ, ଥଣ୍ଡା ପାଣି, ଛେନା, ଗୁଜୁରାତି, ଇଲାଇଚି ବିସ୍କୁଟ, ଟୁଟି ଫ୍ରୁଟି

lassi2

ପ୍ରସ୍ତୁତି ଶୈଳୀ:

ଯଦି ଆପଣ ୨ ଜଣଙ୍କ ପାଇଁ ଲସି ତିଆରି କରିବାକୁ ଚାହୁଁଛନ୍ତି ତେବେ ଦେଢ଼ ଗ୍ଲାସ ଦହି ନିଅନ୍ତୁ। ଦହିକୁ ଗ୍ରାଇଣ୍ଡରରେ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ ଚିନି, ଇଲାଇଚି ବିସ୍କୁଟ ଓ ଅଧ ଗ୍ଲାସ ଥଣ୍ଡା ପାଣି ମିଶାଇ ପୁଣିଥରେ ଗ୍ରାଇଣ୍ଡିଂ କରନ୍ତୁ। ବର୍ତ୍ତମାନ ଏହାକୁ ଗ୍ଲାସ୍‌ରେ ଢାଳି ଉପରେ ଛେନା, ଗୁଜୁରାତି, ବରଫ ଓ ଟୁଟି ଫ୍ରୁଟିରେ ସଜାଇ ସର୍ଭ କରନ୍ତୁ ଦହି ଲସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.