Below header

ଟ୍ରେନରେ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଭରିବାକୁ ପଡିବ ଜୋରିମାନା

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ଏହିସବୁ ଜିନିଷ ଟ୍ରେନରେ ଆଣୁଥିଲେ ଖାଲି ଦେବାକୁ ପଡ଼ିବନି ଜୋରିମାନା । ହୋଇପାରେ ଆପଣଙ୍କୁ ୩ ବର୍ଷ ଯାଏ ଜେଲ୍‌ । ଟ୍ରେନରେ ଯିବା ପୂର୍ବରୁ ଏହି ସବୁ ଜିନିଷ ପ୍ରତି ନିଶ୍ଚିତ ଦିଅନ୍ତୁ ଧ୍ୟାନ । ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି ରେଳବାଇ ବିଭାଗ ।

ଟ୍ରେନରେ ନିଆଁ ଲାଗିବାର ଘଟଣା ବହୁତ ଥର ସାମ୍ନାକୁ ଆସିଛି। କିଛିଦିନ ପୂର୍ବରୁ ଦିଲ୍ଲୀ -ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଏହାପରେ ଗାଜିଆବାଦ ଷ୍ଟେସନରେ ନିଆଁ ଲାଗିବାର ଖବର ସାମ୍ନାକୁ ଆସିଥିଲା। ଏହାକୁ ଧ୍ୟାନରେ ରଖି ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ପାଇଁ ଅଧିକାରୀକ ନୋଟିଫିକେସନ ଜାରି କରାଯାଇଛି। ରେଳ ବିଭାଗ ପକ୍ଷରୁ ଏଥିପାଇଁ ଟ୍ଵିଟ କରାଯାଇଛି। ଏହି ଟ୍ଵିଟ ଅନୁଯାୟୀ, କୌଣସି ବ୍ୟକ୍ତି ରେଳରେ ଯାତ୍ରା କରୁଥିବା ସମୟରେ ଜ୍ୱଳନଶୀଳ ସାମଗ୍ରୀ ସାଥିରେ ନେବେ ନାହିଁ ।

ଯଦି ସେମାନେ ଏହି ନିୟମ ଉଲଘଂନ କରନ୍ତି ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଶ୍ଚିମ ମଧ୍ୟ ରେଳ ବିଭାଗ ଅନୁଯାୟୀ, ଟ୍ରେନ ମଧ୍ୟକୁ ଜ୍ୱଳନଶୀଳ ବସ୍ତୁ ନେବା ୧୯୮୯ ଧାରା ଅନୁଯାୟୀ ୧୬୪ ଅନ୍ତର୍ଗତ ଦଣ୍ଡନୀୟ ଅପରାଧ ଅଟେ। ଏହି ନିୟମକୁ ଉଲଘଂନ କଲେ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।

ରେଳ ବିଭାଗ ଟ୍ଵିଟ ଅନୁସାରେ ଟ୍ରେନରେ କିରୋସିନ, ଶୁଖା ଘାସ, ଷ୍ଟୋବ୍‌, ପେଟ୍ରୋଲ, ତେଲ, ଗ୍ୟାସ୍‌ ସିଲିଣ୍ଡର, ଦିଆସିଲ କାଠି, ବାଣ ଆଦି ସାମଗ୍ରୀ ନେବାକୁ ବାରଣ କରାଯାଇଛି। ତେବେ ଯାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିୟମ ପ୍ରଣୟନ କରାଯାଇଛି। ଏହାଦ୍ୱାରା ସେମାନଙ୍କ ଜୀବନକୁ କୌଣସି ବିପଦ ରହିବ ନାହିଁ। ଏହାସହ ସିଗାରେଟ / ବିଡ଼ି କୁ ମଧ୍ୟ ବାରଣ କରାଯାଇଛି। ଏଥିପାଇଁ ୨୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.