Below header

ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମ୍‌ଲା : ୫ ସିଆରପିଏଫ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମ୍‌ଲା। ଅନନ୍ତନାଗ ଜିଲ୍ଲାରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଗୁଳି ବିନିମୟରେ ୫ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ଇନିସ୍ପେକ୍ଟରଙ୍କ ସମେତ ଆଉ କିଛି ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ପାଲଟା ଗୁଳି ଚାଳନାରେ ନିହତ ହୋଇଛି ଜଣେ ଆତଙ୍କବାଦୀ । କେପି ରୋଡ୍‌ ଦେଇ ସିଆରପିଏଫ୍‌ ଓ ଜମ୍ମୁ କାଶ୍ମୀର ପୋଲିସ ଟିମ୍‌ ଯାଉଥିବା ବେଳେ ହଠାତ୍‌ ଆକ୍ରମଣ ହୋଇଥିଲା। ଦୁଇ ଜଣ ଆତଙ୍କୀ ଅଟୋମେଟିକ୍‌ ରାଇଫଲ୍‌ରୁ ଆଖିବୁଜା ଗୁଳି ଚାଳନା କରିଥିଲେ। ସେହିପରି ଗ୍ରେନେଡ୍‌ରେ ବି ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଘଟଣାସ୍ଥଳରେ ଜାରି ରହିଛି ସର୍ଚ୍ଚ ଅପରସେନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.