ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ସବୁ ଘରକୁ ଦୁଇଟି ଲେଖାଏଁ ଡଷ୍ଟବିନ୍‌ ଯୋଗାଇ ଦିଆଯିବ, ବର୍ଷାଦିନ ପୂର୍ବରୁ କଟକ ସହରରେ ହେବ ଲାଗୁ

କଟକ : ସହରାଞ୍ଚଳରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ସବୁ ଘରକୁ ଦୁଇଟି ଲେଖାଏଁ ଡଷ୍ଟବିନ୍‌ ଯୋଗାଇ ଦିଆଯିବ । ଫଳରେ ଲୋକମାନେ ଏଥିରେ ରଖୁଥିବା ବର୍ଜ୍ୟବସ୍ତୁକୁ ପୌର ପ୍ରଶାସନ ପ୍ରତିଦିନ ସଂଗ୍ରହ କରିବ। ବର୍ଷାଦିନ ପୂର୍ବରୁ ଏହାକୁ କଟକ ସହରରେ ଲାଗୁ କରିବା ପାଇଁ ନିଷ୍ପତି ହୋଇଛି। ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ସମସ୍ତ ସହରାଞ୍ଚଳରେ ଏ ବ୍ୟବସ୍ଥା ଲାଗୁ କରିବା ପାଇଁ ନିଷ୍ପତି ହୋଇଛି। କଟକ ସହରର ବିଭିନ୍ନ ସମସ୍ୟା ନେଇ ଆଜି ସଚିବାଳୟଠାରେ ହୋଇଥିବା ସମୀକ୍ଷା ବୈଠକ ପରେ, ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.