ପୁଣି ହାରିଲା ପାକିସ୍ତାନ, ୪୧ ରନରେ ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ

ପୁଣି ହାରିଲା ପାକିସ୍ତାନ । ଅଷ୍ଟ୍ରେଲିଆଠାରୁ ୪୧ ରନରେ ହେଲା ପରାସ୍ତ । ଟଣ୍ଟନର ଦ କୋପର ଆସୋସିଏଟସ୍ କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ ।

ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିଥିଲା କଙ୍ଗାରୁ ଦଳ । ତେବେ ପ୍ରଥମେ ଦମଦାର ପ୍ରଦର୍ଶନ କରିଥିଲା ଅଷ୍ଟ୍ରେଲିଆ । ହେଲେ ପରେ ବିପର‌୍ୟ୍ୟୟ ଶିକାର ହୋଇଥିଲା । ଟିମର ପ୍ରଥମ ୱିକେଟ୍ ଭାବେ ୨୨.୧ ଓଭରରେ ୧୪୬ ରନରେ ଆରୋନ ଫିଞ୍ଚଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟ ୧୮୯ ରନରେ ଷ୍ଟିଭେନ ସ୍ମିଥ ଆଉଟ୍ ହୋଇଥିଲେ । ସ୍କୋର ୨୨୩ ରନରେ ମେକ୍ସେଓ୍ଵଲ, ୨୪୨ ରନରେ ଡାଭିଡ ଓ୍ଵାର୍ଣ୍ଣର, ୨୭୭ ରନରେ ଉସ୍ମାନ ଖାଓ୍ଵଜା, ୨୮୮ ରନରେ ସନ ମାର୍ସ, ୨୯୯ ରନରେ ନାଥାନ କଲଟର ନାଇଲ, ୩୦୨ ରନରେ ପେଟ କମିଂନସ ଓ ୩୦୪ ରନ୍ରେ ଆଲେକ୍ସ କେରି ଆଉଟ୍ ହୋଇଥିଲେ।

ଅନ୍ୟପଟେ ୩୦୮ ରନର ବିଶାଳ ଟାର୍ଗେଟକୁ ପିଛା କରି ୨୬୬ ରନରେ ଅଲଆଉଟ୍ ହୋଇଥିଲା ପାକିସ୍ତାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.