ସଚିବାଳୟରେ ପୂଜାପାଠ କରି ଚାମ୍ବର ଗ୍ରହଣ କରୁଛନ୍ତି ନୂଆ ମନ୍ତ୍ରୀ

ଭୁବନେଶ୍ବର : ସଚିବାଳୟର ଦ୍ୱିତୀୟ ମହଲା । ମନ୍ତ୍ରୀ କରଡ଼ରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ । ଆଜି ଚାମ୍ବର ପ୍ରବେଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଦପ୍ତରରେ କାମ ଆରମ୍ଭ ପୂର୍ବରୁ ସେ ବି ପୂଜାର୍ଚ୍ଚନା କରିଥିଲେ। ତାଙ୍କ ଆଗରେ ବି ଅନେକ ଚ୍ୟାଲେଞ୍ଜ । କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଦୁଇବର୍ଷରେ ଓଡ଼ିଶାରେ ଡାକ୍ତର ବଳକା ହେବେ। ରାଜ୍ୟରେ ଥିବା ସରକାରୀ ମେଡ଼ିକାଲ କଲେଜଗୁଡ଼ିକରୁ ଅଧିକ ଡାକ୍ତର ବାହାରିବେ। ରାଜ୍ୟର କୌଣସି ଚିକିତ୍ସାଳୟରେ ଆଉ ଡାକ୍ତରଙ୍କ ଅଭାବ ରହିବ ନାହିଁ ।

secratiriatସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିଜ ନୂଆ ଚାମ୍ବର ପ୍ରବେଶ ପୂର୍ବରୁ ରୀତିନୀତି ସହ ପୂଜାର୍ଚ୍ଚନା କରିଛନ୍ତି। ପାସ୍‌ ହାର କମୁଛି, ଶୂନ ପ୍ରତିଶତ ଫଳାଫଳ ଆସିଛି ଅନେକ ସ୍କୁଲ ଓ କଲେଜରେ। ତାସହ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଧ୍ୟାପକଙ୍କ ଅଭାବ । ଏହାବାଦ୍‌ ସରକାରୀ ସ୍କୁଲରେ ନିଜ ପିଲାଙ୍କୁ ପଢାଇବା ପାଇଁ ଅଭିଭାବକମାନେ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ନୂଆ ମନ୍ତ୍ରୀଙ୍କ ଆଗରେ ଏସବୁ ଚ୍ୟାଲେଞ୍ଜ।

ସେହିପରି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଚାମ୍ବର। ସେ ବି ପୂଜାର୍ଚ୍ଚନା ସହ ନିଜ ପ୍ରକୋଷ୍ଠରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ପରିବାର ଲୋକ ବି ପୂଜାପାଠରେ ସାମିଲ ହୋଇଥିଲେ । ବାତ୍ୟା ଫନି ପରବର୍ତ୍ତୀ ସ୍ଥିତି ମୁକାବିଲା ଉପରେ ତାଙ୍କ ବିଭାଗ ଜୋର୍‌ ଦେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

ନୂଆ ମନ୍ତ୍ରୀ, ନୂଆ ପ୍ରକୋଷ୍ଠ । ନୂଆ ଦାୟିତ୍ୱ ସହ ଚ୍ୟାଲେଞ୍ଜକୁ କେମିତି ମୁକାବିଲା କରିବେ ତାକୁ ଅପେକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.