Below header

PSLV-C52ର ସଫଳ ଉତ୍‌କ୍ଷେପଣ, ବନ୍ୟା ଓ କୃଷି ସମ୍ପର୍କରେ ସଠିକ ସୂଚନା ଦେବ EOS-04

ନୂଆଦିଲ୍ଲୀ : PSLV-C52ର ସଫଳ ଉତ୍‌କ୍ଷେପଣ । ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍‌ ସେଣ୍ଟରରୁ ହେଲା ଉତ୍‌କ୍ଷେପଣ । ସକାଳ ୫ଟା ୫୯ରେ ଏହାକୁ ଲଞ୍ଚ କରାଯାଇଥିଲା । PSLV-C52 ସହ ୨ଟି ଛୋଟ ସାଟେଲାଇଟ ମଧ୍ୟ ପଠାଗଲା । EOS-04 ରାଡାର ଇମେଜିଂ ସାଟେଲାଇଟ ହେଲା ଉତ୍‌କ୍ଷେପଣ । ବନ୍ୟା ଓ କୃଷି ସମ୍ପର୍କରେ ସଠିକ ସୂଚନା ଦେବ EOS-04 । ସମସ୍ତ ପାଣିପାଗ ସ୍ଥିତିରେ ଏହା ଉଚ୍ଚମାନର ଫଟୋ ଉତ୍ତୋଳନ କରିପାରିବ ।

କୃଷି, ଜଙ୍ଗଲ ଓ ବୃକ୍ଷରୋପଣ, ମୃତ୍ତିକା ଓ ବନ୍ୟା ଆଦି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ । ଏହାର ଓଜନ ୧୭୦ କିଲୋଗ୍ରାମ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ୨୦୨୨ର ଇସ୍ରୋର ଏହା ପ୍ରଥମ ଲଞ୍ଚ ମିଶନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.