Below header

କରୋନାକୁ ମାତ୍ ଦେବ ପୋଲିଓ ଟୀକା, ରିସର୍ଚ୍ଚରେ ହେଲା ଖୁଲାସା

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାରତକୁ ମଧ୍ୟ ନିଜ କବ୍ଜାକୁ ନେଇ ସାରିଲାଣି। ଏବେ କରୋନା ସଂକ୍ରମଣ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି ଭାରତ। ଲୋକମାନେ ନିୟମ ମାନୁନଥିବାରୁ ଏଭଳି ସୃଷ୍ଟି ହେଉଛି। ତେବେ କରୋନା ସଙ୍କଟ ମଧ୍ୟରେ ଏବେ ଏକ ଖୁସି ଖବର ସାମ୍ନାକୁ ଆସିଛି। ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଖବର ମୁତାବକ ପୋଲିଓ ପାଇଁ ଦିଆଯାଉଥିବା ଟୀକା କରୋନାକୁ ସମୂଳେ ନାଶ କରିବାକୁ ସକ୍ଷମ।

Existing polio vaccine could help protect against coronavirus, t ...

ରିସର୍ଚ୍ଚ ମୁତାବକ ପୋଲିଓ ଟୀକା(OPB) ରେ ଜୀବିତ ଭାଇରସ ସଂକ୍ରମଣ ରୋକିବା କ୍ଷମତା ରହିଛି। ଏହି ଟୀକା ଇନଫେକ୍ସନ ଓ ଅନ୍ୟ ଜନ୍ମ ବେଳୁ ଥିବା ସମସ୍ୟାର ସମାଧାନ କରି ଶରୀରର ଇମ୍ୟୁନିଟି ସିଷ୍ଟମକୁ ବଢ଼ାଇବାରେ ସାହାଯ୍ୟ କରେ। ଏବେ ଯାଏଁ ଯେଉଁ ସବୁ ରୋଗ ଚିହ୍ନଟ ହୋଇନାହିଁ ସେସବୁକୁ ଭଲ କରିବା ଶକ୍ତି ମଧ୍ୟ ପୋଲିଓ ଟୀକାର ରହିଛି ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି।

OPV, IPV have helped eliminate polio throughout the world - Daily ...

ରିସର୍ଚ୍ଚକର୍ତ୍ତାଙ୍କ କହିବାନୁସାରେ ପୋଲିଓ ଟୀକା କରୋନା ବିପକ୍ଷରେ ଅସ୍ଥାୟୀ ସୁରକ୍ଷା ପ୍ରଦାନ କରିବ। ପ୍ରାରମ୍ଭିକ ଅବସ୍ଥାରେ ଏହା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୋଗମୁକ୍ତ ମଧ୍ୟ ହୋଇପାରିବେ। ଏହି ଟୀକା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। କେବଳ ପୋଲିଓ ନୁହେଁ ବିସିଜି ମଧ୍ୟ ଶରୀରର ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରି କରୋନାମୁକ୍ତ ରଖିବାରେ ସାହାଯ୍ୟ କରିବ ବୋଲି ରିସର୍ଚ୍ଚରେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.