ଗୁଗଲ ନେଲା ବଡ଼ ନିଷ୍ପତ୍ତି, ଏବେ ୟୁଜର୍ସଙ୍କୁ ଆସିବ ନାହିଁ ଏହି ପ୍ରକାରର ଆଡ଼

ଗୁଗୁଲରେ ଏବେ ଜବ, ଘର ଏବଂ କ୍ରେଡିଟ୍ କାର୍ଡ ବିଜ୍ଞାପନ ଦେଖାଇବ ନାହିଁ । ଗୁରୁବାର ଦିନ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ବୟସ, ବୈବାହିକ ସ୍ଥିତିକୁ ଆଧାର କରି ଗୃହ, ଚାକିରୀ ଏବଂ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିବା ଆଡ଼ ପଲିସୀକୁ ଅପଡେଟ୍ କରାଯିବ ।

ଗୁଗୁଲର ଏହି ଅପଡେଟ୍ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ । ତେବେ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଜାତିଗତ ଭେଦଭାବ ବିରୋଧରେ ପ୍ରବଳ ବିରୋଧ ପରେ ଗୁଗୁଲ ଏହି ନିଷ୍ପତ୍ତି ନେଇଛି ।

Google का बड़ा फैसला, अब यूजर्स को नहीं दिखाई देंगे इस तरह के ऐड

ପ୍ରାୟ ଏକ ବର୍ଷ ପୂର୍ବେ ଆମେରିକାର ଗୃହ ଓ ନଗର ଉନ୍ନୟନ ବିଭାଗ (HUD) ଭେଦଭାବପୂର୍ଣ୍ଣ ଆବାସିକ ବିଜ୍ଞାପନ ବିକ୍ରୟ କରିଥିବା ଅଭିଯୋଗ ଫେସବୁକ ଉପରେ ଲଗାଇ କହିଥିଲା ଗୁଗୁଲ ଏବଂ ଟ୍ୱିଟର ମଧ୍ୟ ଏହି ମାମଲା ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ।

ସାରା ବିଶ୍ଵରେ ଇଣ୍ଟରନେଟ୍ ବିଜ୍ଞାପନ ବିକ୍ରିର ଅଧାରୁ ଅଧିକ କେବଳ ଗୁଗୁଲ୍ ଏବଂ ଫେସବୁକର ଅଟେ । ଗୁଗୁଲ୍ ମୁଖପାତ୍ର ଏଲିଜା ଲାଭାଲ କହିଛନ୍ତି ଯେ ଗତ ବର୍ଷ ଠାରୁ ଆମେ ଏହି ପ୍ରସଙ୍ଗରେ HUD ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଆସୁଛୁ । ତେବେ ଗୁରୁବାର ଦିନ, HUD ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଅନ୍ୟ ଅନଲାଇନ୍ ବିଜ୍ଞାପନ ବିକ୍ରେତାଙ୍କୁ ଗୁଗୁଲର କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ କହିଛି । ଏଥି ସହିତ ଟ୍ୱିଟର କହିଛି ଯେ ଅପଡେଟ୍ ସେୟାର କରିବା ପାଇଁ କୌଣସି ପଲିସୀ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.