ମାର୍କ ଜୁକରବର୍ଗଙ୍କ ନିରବତା ଉପରେ ପ୍ରଶ୍ନ କରିଥିବା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କଲା Facebook

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ପୋଷ୍ଟ ଉପରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ଆଲୋଚନା କରିଥିବା କର୍ମଚାରୀଙ୍କୁ ଫେସବୁକ ଚାକିରିରୁ ବିଦା କରିଛି। ୟୁଜର ଇଣ୍ଟରଫେସ ଇଞ୍ଜିନିୟର ବ୍ରାଣ୍ଡେନ ଡେଲ ଏନେଇ ମୁହଁ ଖୋଲି କହିଛନ୍ତି ଯେ ଏଭଳି ଧମକପୂର୍ଣ୍ଣ ପୋଷ୍ଟ କାହିଁକି ଡିଲିଟ୍ କରାଯିବନି ବୋଲି ସେ ପ୍ରଶ୍ନ କରିଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

Facebook employee who protested inaction on Trump's inflammatory ...

ବ୍ରାଣ୍ଡେନ ଡେଲଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମୁତାବକ ସେ ଫେସବୁକରେ ୟୁଜର ଇଣ୍ଟରଫେସ ଇଞ୍ଜିନିୟର ଭାବେ କାମ କରୁଥିଲେ। ଗତ କିଛି ଦିନ ତଳେ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ପୋଷ୍ଟକୁ ସେ ବିରୋଧ କରି ସ୍ୱର ଉତ୍ତୋଳନ କରିଥିଲେ। ଏହା ଫେସବୁକର ନିୟମ ବିରୁଦ୍ଧ। ମାତ୍ର ଏଥିପାଇଁ ତାଙ୍କ ଚାକିରି ଯାଇଛି। କେବଳ ଫେସବୁକ ନୁହେଁ ସେ ଟ୍ୱିଟରରେ ମଧ୍ୟ ଏନେଇ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଭୁଲକୁ ଭୁଲ କହିବା ଯୋଗୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

Facebook fires employee who protested inaction on Trump posts ...

କେବଳ ଡେଲ ନୁହେଁ ତାଙ୍କ ଟିମର ଆଉ ୬ ଜଣ ସଦସ୍ୟ ମଧ୍ୟ ଜୁକରବର୍ଗଙ୍କ ନିରବତା ଉପରେ ପ୍ରଶ୍ନ କରିଥିଲେ। ସେମାନଙ୍କୁ ମଧ୍ୟ ଏଥିପାଇଁ ସଫେଇ ଦେବାକୁ ପଡିଥିଲା। ଡେଲଙ୍କ କହିବାନୁଯାୟୀ ଜାଣିଶୁଣି ଜୁକରବର୍ଗ ଉତ୍ତର ନ ଦେବା ମଧ୍ୟ ଏକ ରାଜନୀତି।

Facebook staffer who protested inaction on Trump's inflammatory ...

ସୂଚନାଯୋଗ୍ୟ ଯେ ଆମେରିକାରେ ଜଣେ କୃଷ୍ଣକାୟ ସମ୍ପ୍ରଦାୟର ବ୍ୟକ୍ତିଙ୍କର ପୋଲିସ କଷ୍ଟଡିରେ ଥିବା ବେଳେ ମୃତ୍ୟୁ ଘଟିଥିଲା। ପରେ ଜଣାପଡ଼ିଥିଲା ଯେ ପୋଲିସର ମାତ୍ରାଧିକ ନିର୍ଯାତନା ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଯୋଗୁ ଆମେରିକାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ତୁରନ୍ତ ଶାନ୍ତ ନ ହେଲେ ଅବସ୍ଥା ସାଂଘାତିକ ହେବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଏକ ପୋଷ୍ଟ କରିଥିଲେ। ଏଭଳି ଏକ ଧମକପୂର୍ଣ୍ଣ ପୋଷ୍ଟକୁ ନେଇ ଫେସବୁକ କର୍ମଚାରୀ ଜୁକରବର୍ଗଙ୍କୁ ଘେରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.