Below header

ଦିଲ୍ଲୀ: ଇସ୍ରାଏଲ୍‌ ଦୂତାବାସ ନିକଟରେ ବିସ୍ଫୋରଣ, ଥରିଗଲା ଅବଦୁଲ୍‌ କଲାମ ରୋଡ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀ ସ୍ଥିତ ଇସ୍ରାଏଲ୍‌ ଦୂତାବାସ ନିକଟରେ ବିସ୍ଫୋରଣ । ଦିଲ୍ଲୀ ଅବଦୁଲ୍‌ କଲାମ ରୋଡରେ ଏହି ବିସ୍ଫୋରଣ ହୋଇଛି । କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଚାରିରୁ ପାଞ୍ଚଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । କେହି ମୃତାହତ ହୋଇ ନଥିବା କହିଛି ଦିଲ୍ଲୀ ପୋଲିସ । ଘଟଣା ସ୍ଥଳରେ ଫାୟାର ବ୍ରିଗେଡ ଓ ଦିଲ୍ଲା ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

ସେପଟେ ବିସ୍ଫୋରଣ ଛେଟ ଧରଣ ହୋଇଛି ଓ ଏଥିରେ କେଉଁମାନେ ସମ୍ପ୍‌କ୍ତ ଅଛନ୍ତି  ତାହା ତଦନ୍ତ ପରେ ଜଣା ପଡିବ ବୋଲି ଦିଲ୍ଲୀ ପୋଲିସ କହିଛି। ବିସ୍ଫୋରଣ ପରେ ଏପିଜେ ଅବଦୁଲ କଲାମ ରୋଡକୁ ସିଲ୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.