Below header

୬୦ ବର୍ଷ ଧରି ଗୁମ୍ଫାରେ ରହୁଥିବା ସାଧୁଙ୍କର ମହାଦାନ, ରାମ ମନ୍ଦିର ପାଇଁ କଲେ ୧ କୋଟି ଟଙ୍କା ଦାନ

ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର ପାଇଁ ସାରା ଦେଶରୁ ଦାନର ସୁଅ ଛୁଟିଛି । ଭଗବାନ ଶ୍ରୀରାମଙ୍କ ମନ୍ଦିର ପାଇଁ ଲୋକେ ଅକୁଣ୍ଠ ଚିତ୍ତରେ ଦାନ କରୁଥିବା ବେଳେ ଜଣେ ସାଧୁ ଶ୍ରୀରାମ ମନ୍ଦିର ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି । ଏହି ୮୩ ବର୍ଷ ବୟସ୍କ ସାଧୁଙ୍କ ନାମ ହେଉଛି ଶଙ୍କର ଦାସ । ସେ ଦୀର୍ଘ ୬୦ ବର୍ଷ ଧରି ଗୁମ୍ଫାରେ ରହୁଛନ୍ତି । ଶ୍ରଦ୍ଧାଳୁଙ୍କ ଠାରୁ ମିଳୁଥିବା ଏହି ଅର୍ଥକୁ ସେ ଦାନ କରିଛନ୍ତି ବୋଲି କହିଛନ୍ତି ଏହି ସାଧୁ ଜଣକ ।

ସୂଚନାନୁଯାୟୀ, ଶଙ୍କର ଦାସ ଯେତେବେଳେ ୧ କୋଟି ଟଙ୍କାର ଚେକ୍‌ ନେଇ ଋଷିକେଶର ସଂଘ ପ୍ରମୁଖ ସୁଦାମ ସିଂଘଲଙ୍କୁ ଦେଲେ ସେ ବିଶ୍ୱାସ କରିପାରିଲେ ନାହିଁ । ସେ ଏହାକୁ ନେଇ ବ୍ୟାଙ୍କ୍‌ରେ ଜମା କଲାପରେ ସତ୍ୟତା ଜାଣିଲେ । ସାଧୁ ଜଣକ ଦୀର୍ଘ ୬୦ ବର୍ଷ କାଳ ଗୁମ୍ଫାରେ ଜୀବନ କାଟିଥିବା ବେଳେ ତାଙ୍କୁ ଯେଉଁ ଦାନ ମିଳୁଥିଲା ସେ ଏହାକୁ ବ୍ୟାଙ୍କରେ ଜମା କରିଦେଉଥିଲେ ।

ଏବେ ରାମ ମନ୍ଦିର ନିର୍ମାଣ କଥା ଜାଣିବା ପରେ ଏହାକୁ ସେ ମନ୍ଦିର ନିର୍ମାଣ ପାଇଁ ଦାନ କରିଦେଇଛନ୍ତି ।ତାଙ୍କର ଏହି ଅର୍ଥ ଏହା ଠାରୁ ଆଉ କୈାଣସି ଭଲ ସ୍ଥାନରେ ଲାଗି ନଥାନ୍ତା ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.