ଇନ୍ଧନ ନୁହେଁ ପାଣିରେ ଚାଲିବ ସାଟେଲାଇଟ, ନାସା ଆଣୁଛି ସ୍ପେଶାଲ ଟେକନିକ

ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ବା ନାସା ଖୁବ ଶୀଘ୍ର ଏମିତି ଏକ ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି ଯାହା ପାଣିରେ ଚାଲିପାରିବ । ଏଥିରେ ଅନ୍ୟ ଇନ୍ଧନ ବଦଳରେ ପାଣି ବ୍ୟବହାର ହେବ । ଯଦି ନାସା ଏପରି ଏକ ସାଟେଲାଇଟ ତିଆରି କରିବାରେ ସଫଳ ହୁଏ ତେବେ କୋଟି କୋଟି ଟଙ୍କା ବଞ୍ଚା ଯାଇପାରିବ । ନାସା ଏହି ମାସ ଶେଷରେ ହିଁ ପାଥଫାଇଣ୍ଡର ଟେକ୍ନୋଲୋଜି ଡେମୋନସ୍ଟ୍ରେଟର ସାହାଯ୍ୟରେ ହିଁ ପ୍ରଥମ ଥର ପାଇଁ ପାଣିରେ ଉଡି ପାରୁଥିବା କ୍ୟୁବସେଟ ସାଟେଲାଇଟ ଲଞ୍ଚ କରିବ ବୋଲି ଘୋଷଣା କରିଛି । ଏହାକୁ ସ୍ପେସଏକ୍ସର ଫାଲକନ-9 ରକେଟରେ ଫ୍ଲୋରିଡ଼ା ସ୍ଥିତ କେପରୁ ଲଞ୍ଚ କରାଯିବ । ନାସା ଏହି କ୍ୟୁବସେଟର ନାଁ V – R3X ରଖିଛି ।

satellite

ଆଉ ହେବନି ପ୍ରଦୂଷଣ:

ନାସା ଅନୁଯାୟୀ ଏହି ସ୍ୱତନ୍ତ୍ର ଧରଣର ସାଟେଲାଇଟ କାରଣରୁ ଅନ୍ତରୀକ୍ଷରେ ପ୍ରଦୂଷଣ ବି ହେବନାହିଁ । ଯଦି ଏହି ମିଶନ ସଫଳ ହୁଏ ତେବେ ଭବିଷ୍ୟତରେ ବଡ଼ ସାଟେଲାଇଟରେ ବି ଏହି ଟେକନିକକୁ ଉପଯୋଗ କରାଯାଇ ପାରିବ । ଆଉ ପାଣିରେ ଚାଲୁଥିବା ଏହି ସାଟେଲାଇଟ ଯଦି ପରସ୍ପର ସହିତ ଧକ୍କା ଖାଆନ୍ତି ତେବେ ସେପରି କୌଣସି ବିସ୍ଫୋରଣ ବି ହେବ ନାହିଁ । କ୍ୟୁବସେଟର ପ୍ରପୋଲସନ ସିଷ୍ଟମ ଭିତରେ ଥିବା ପାଣିର ହାଇଡ୍ରୋଜେନ ଓ ଅକ୍ସିଜେନ କଣିକାକୁ ଭାଙ୍ଗି ସାଟେଲାଇଟ ଚାଲିବା ପାଇଁ ଉର୍ଜା ପ୍ରଦାନ କରିବ । ଏହା ସହ କ୍ୟୁବସେଟର ସୋଲାର ପ୍ୟାନେଲ ସୂର୍ଯ୍ୟ କିରଣରୁ ଏନର୍ଜି ନେଇ ପ୍ରପଲସନ ସିଷ୍ଟମକୁ ଉର୍ଜା ଦେବା କାମ କରିବ | ଯାହା ଫଳରେ ହାଇଡ୍ରୋଜେନ ଓ ଅକ୍ସିଜେନ କଣିକା ଗୁଡିକୁ ଅଲଗା କରାଯାଇ ପାରିବ ।

ଏହି ସାଟେଲାଇଟ ଚାରିରୁ ଛ ମାସ ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ତିଷ୍ଠି ପାରିବ । ଆଶା କରାଯାଉଛିକି ନାସା ଏହି ଟେକନିକର ବ୍ୟବହାର ଚନ୍ଦ୍ର କିମ୍ବା ମଙ୍ଗଳ ମିଶନ ପାଇଁ କରିବ । ପାଣିରେ କୌଣସି ପ୍ରକାର ବିଷାକ୍ତ ଗୁଣ ନଥାଏ ଆଉ ଅନ୍ୟ ଇନ୍ଧନ ତୁଳନାରେ ଏହା ଅଧିକ ସ୍ଥିର ହୋଇଥାଏ । ତେଣୁ ପାଣିରେ ଚାଲିପାରୁଥିବା ସାଟେଲାଇଟ ଲଞ୍ଚ କରାଗଲେ ବିଶେଷ ଖର୍ଚ୍ଚ ବି ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.