Below header

ସେଲ୍ସ ଟାର୍ଗେଟ ପୁରା କରିପାରି ନଥିବାରୁ କର୍ମଚାରୀଙ୍କୁ ମିଳିଲା ଏମିତି ଦଣ୍ଡ, ଜୀଅନ୍ତା ପୋକ ଗିଳିବା ସହ ସଫା କଲେ ଟଏଲେଟ୍‌

ହଙ୍ଗ୍‌କଙ୍ଗ୍‌ : ସାରା ବିଶ୍ୱରେ କରୋନା ଭାଇରସ୍‌ର ଆତଙ୍କ ଦେଖା ଦେଇଥିବା ବେଳେ ସବୁ ବ୍ୟବସାୟ ମାନ୍ଦାରେ ଚାଲିଛି । ଏଭଳି ପରିସ୍ଥିତିରେ ଏକ କମ୍ପାନୀ ନିଜର କର୍ମଚାରୀଙ୍କୁ ସେଲ୍‌ସ୍‌ ଟାର୍ଗେଟ ପୁରା କରି ପାରି ନଥିବାରୁ ଅଦ୍ଭୁତ ଧରଣର ଦଣ୍ଡ ଦେଇଛି ।

ସେଲ୍ସ୍‌ ଟାର୍ଗେଟ ପୁରା କରି ପାରି ନଥିବା କର୍ମଚାରୀଙ୍କୁ ଜୀଅନ୍ତା ପୋକ ଓ ମାଛ ଗିଳିବାକୁ କହିଛି । ଖାଲି ସେତିକି ନୁହେଁ ଅଫିସ୍‌ର ଟଏଲେଟ୍‌ ମଧ୍ୟ ସଫା କରିବାକୁ କହିଛି । କର୍ମଚାରୀମାନେ ଏପରି କରୁଥିବା ଭିଡ଼ିଓ ଦେଶରେ ଭାଇରାଲ୍‌ ହୋଇଛି ।

china-0

ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଜଣେ କମ୍ପାନୀର ଷ୍ଟାଫ୍‌ ହାତରେ ଏକ ଜୀଅନ୍ତା ପୋକ ଧରିଛନ୍ତି । ଅନ୍ୟ ଜଣେ କର୍ମଚାରୀ ହାତରେ ପାଣି ଗ୍ଲାସ୍‌ ଧରି ଉକ୍ତ ପୋକଟିକୁ ଗିଳିଦେଉଛନ୍ତି ।

ଏହି ଘଟଣାକୁ ଲୋକ ଲୋଚନକୁ ଆଣିଥିବା ଜଣେ କର୍ମଚାରୀ ନିଜର ନାମ ଗୁପ୍ତ ରଖିବାକୁ କହି ମିଡିଆକୁ ଏହି ଭିଡ଼ିଓ ଦେଇଥିଲେ । ଏହାଛଡ଼ା କିଛି କର୍ମଚାରୀ ଜୀଅନ୍ତା ମାଛ ଗିଳୁଥିବା ଓ ଟଏଲେଟ୍‌ ସଫା କରୁଥିବା ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଛି ।

china-00

ଏହି ଘଟଣା ଚୀନ୍‌ର ଗୁଇଝୋହୁ ଅଞ୍ଚଳର ବିଜେରେ ଥିବା ଏକ ଇଣ୍ଟିରିୟର ଡିଜାଇନିଙ୍ଗ୍‌ କମ୍ପାନୀର । ସୋସିଆଲ୍‌ ମିଡିଆରେ ଏଡି ଭିଡିଓ ଦେଖାଯିବା ପରେ କମ୍ପାନୀ ତରଫରୁ ସଫେଇ ଦିଆଯାଇଛି । କୁହାଯାଇଛି ଯେ ଏହି ନିୟମ କମ୍ପାନୀର ନୂଆ ଅନୁଶାସନରେ କୁହାଯାଇଛି ।

ଏଥିପାଇଁ ସମସ୍ତ କର୍ମଚାରୀ ସେମାନଙ୍କର ସହମତି ପ୍ରକାଶ କରିଥିଲେ ବୋଲି କମ୍ପାନୁ ପକ୍ଷରୁ କୁହାଯାଇଛି । ଏହି ଭିଡିଓରେ ଦେଖାଯାଇଛି ଯେ କର୍ମଚାରୀମାନେ ଗୋଟିଏ ଧାଡ଼ିରେ ଠିଆ ହୋଇ କମ୍ପାନୀର ଅନୁଶାସନ ପାଳନ କରୁଛନ୍ତି । ଏଠାକାର ଏକ ସ୍ଥାନୀୟ ମିଡିଆ କମ୍ପାନୀର ଆଉ କେତେକ ଦଣ୍ଡ ସମ୍ପର୍କରେ ମଧ୍ୟ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.