ସରକାରଙ୍କ କମ୍‌ ଦାମର କିରୋସିନିକୁ ରିଟେଲର ଚଢ଼ା ଦରରେ ବିକୁଥିବା ଅଭିଯୋଗ

ନିଆଳି (କେନ୍ୟୁଜ୍‌) : କରୋନା ମହାମାରୀ ଓ ଲକ୍ଡାଉନ ଯୋଗୁ ଗରିବ ତଥା ଦିନମଜୁରିଆ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି। ତେବେ ରାସନ କାର୍ଡଧାରୀଙ୍କ ପାଇଁ ସରକାର କମ୍ ମୂଲ୍ୟରେ ଯୋଗାଇ ଦେଇଥିବା କିରୋସିନକୁ କଟକ ଜିଲା କଣ୍ଟାପଡା ବ୍ଲକରେ କିଛି ରିଟେଲରମାନେ ଚଢ଼ାଦରରେ ବିକ୍ରି କରୁଛନ୍ତି। ଏହାର ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ପକ୍ଷରୁ ମଙ୍ଗଳବାର କଣ୍ଟାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

ସୂଚନା ଅନୁଯାୟୀ କେନ୍ଦ୍ରସରକାର କାର୍ଡଧାରୀଙ୍କୁ ମୁଣ୍ଡପିଛା ୫ କେଜି ହିସାବରେ ୩ମାସ ପାଇଁ ୧୫ କେଜି ଚାଉଳ, ୨ ଲିଟର କିରୋସିନ ଓ ୩ କେଜି ଡାଲି ଦେଉଛନ୍ତି। ରାଜ୍ୟ ସରକାର ଏହାକୁ ବିଭିନ୍ନ ରିଟେଲରଙ୍କ ମାଧ୍ୟମରେ କାର୍ଡଧାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ଚାଉଳ ଓ ଡାଲିକୁ ସମ୍ପୂର୍ଣ୍ଣ ମାଗଣା ଦେବାର ବ୍ୟବସ୍ଥା କରିଛନ୍ତି।

ଅପରପକ୍ଷେ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ଅନୁଯାୟୀ କଣ୍ଟାପଡ଼ା ବ୍ଲକରେ ୧୩.୬୪ ବିକ୍ରି କରିବାକୁ ଉଲ୍ଲେଖ ରହିଛି। ଏପରି ସ୍ଥଳେ ବ୍ଳକର କେତେକ ଅଞ୍ଚଳରେ ମାଗଣା ଚାଉଳ ଓ ଡାଲି ଅଦ୍ୟାବଧି ଦିଆଯାଇ ନ ଥିବାବେଳେ ହିତାଧିକାରୀଙ୍କୁ କମ୍ ପରିମାଣର କିରୋସିନ ଦିଆଯାଇ ସେମାନଙ୍କଠାରୁ ଲିଟର ପିଛା ୪୦ରୁ ୫୦ଟଙ୍କା ପର୍ୟ୍ୟନ୍ତ ଆଦାୟ କରାଯାଉଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.