କରୋନାର କମ୍ପନ, ଦିଲ୍ଲୀରେ କୋଭିଡ-୧୯ରେ ପ୍ରାଣ ହରାଇଲେ ପ୍ରବାସୀ ଓଡ଼ିଆ

କେନ୍ଦ୍ରାପଡା (କେନ୍ୟୁଜ ) : ପୁଣି ଜଣେ ଶ୍ରମିକ ପ୍ରବାସରେ ମୃତ । ଗତ କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ପ୍ରବାସୀ ଓଡ଼ିଆ କରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ବେଳେ ଏବେ ଆଉ ଜଣେ ପ୍ରବାସୀ ଦିଲ୍ଲୀର ଲୋକନାୟକ ହସପିଟାଲରେ କୋଭିଡ୍‌ ଭେଣ୍ଟିଲେଟରରେ ମୃତ୍ୟୁ ବରଣ କରିଛନ୍ତି।

DEATHକେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ହାତିଆ ଗାଁର ରଞ୍ଜନ ସାହୁ। ଗତ ୨୦ ବର୍ଷ ଧରି ଦିଲ୍ଲୀରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ। ସେ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଦିଲ୍ଲୀରେ ରହୁଥିଲେ। ଗତ ମେ ୩୧ ତାରିଖରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ କୋଭିଡ ଭେଣ୍ଟିଲେଟରରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.