Below header

ସୋର : ଯେଉଁ ଝିଅକୁ ଦୁଷ୍କର୍ମ କରି ବାପା ଏବେ ଜେଲ୍‌ରେ ସେହି ଝିଅକୁ ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ କଲା ପୁଅ

ସୋର (କେ ନ୍ୟୁଜ୍‌) : ଏଭଳି ଘଟଣା ବୋଧହୁଏ କ୍ୱଚିତ ଘଟେ । ଯେଉଁ ପାପ ବାପ କରିଛି ସେହି ପାପ ଦୋହରାଇଛି ପୁଅ । ତେବେ ଆଜି ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପେଣ୍ଠ ଗ୍ରାମରେ । ଏହି ଗାଁର ଶିବା ମଲିକ ଜଣେ ପଡ଼ୋଶୀ ଯୁବତୀକୁ ବଳାତ୍କାର ଉଦ୍ୟମ କରିବା ସହ ତାକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଛି । ଏକ ଧାରୁଆ ଅସ୍ତ୍ରରେ ଯୁବତୀର ହାତ ଓ ଗୋଡ଼କୁ କାଟି ଦେଇଛି । ଝିଅଟିର ଅବସ୍ଥା ଅତି ଗୁରୁତର ହୋଇପଡ଼ିଥିଲା । ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ କରୁଛି ।

ATTACKଯାହା ସୂଚନା ମିଳିଛି, ଗତ ଏପ୍ରିଲ ମାସ ୨୫ ତାରିଖରେ ସେହି ଯୁବତୀଙ୍କୁ ଶିବାର ବାପା ୫୬ ବର୍ଷ ବୟସ୍କ ଯୁଧିଷ୍ଠିର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଯୁଧିଷ୍ଠିର ଏବେ ଜେଲ୍‌ରେ ଅଛି । ଏପଟେ ତାର ୨୦ ବର୍ଷର ପୁଅ ଶିବା ସଂପୃକ୍ତ ଯୁବତୀ ପ୍ରତି ବଳାତ୍କାର ଉଦ୍ୟମ କରିବା ସହ ମରଣାନ୍ତକ ଆକ୍ରମଣ ମଧ୍ୟ କରିଛି । ଘଟଣା ସମ୍ପର୍କରେ ପୋଲିସ୍ କିଛି କହିବାକୁ ମନା କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.