ଲକଡାଉନରେ ନିଅନ୍ତୁ ବଜାର ସ୍ୱାଦ, ଆଜି ପ୍ରସ୍ତୁତ କରନ୍ତୁ ‘ବାସ୍କେଟ ଚାଟ’

ଲକଡାଉନ ସମୟରେ ଅନେକ ଲୋକ ଅନେକ ପ୍ରକାର ନୂଆ ନୂଆ ବ୍ୟଞ୍ଜନ ତିଆରି କରୁଛନ୍ତି। ଜମା ରୋଷେଇ ଜାଣି ନଥିବା ଲୋକ ବି ଏହି କରୋନା ଲକଡାଉନ ବେଳେ ରୋଷେଇ ଶିଖିଗଲେଣି। ଘରେ ଖାଲି ବସିବା ଅପେକ୍ଷା କିଛି ନୂଆ ରେସିପି ଟ୍ରାଏ କରିବା ବୁଦ୍ଧିମାନର କାମ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏମିତି ରେସିପି ଯାହା ବିଷୟରେ ଆପଣ ହୁଏତ କେବେ ଶୁଣି ନଥିବେ କି ଖାଇ ନଥିବେ। ଆମେ ଆପଣଙ୍କୁ କହୁଛୁ ‘ବାସ୍କେଟ ଚାଟ’ ବିଷୟରେ ଯାହା ନିଜର ସ୍ଵାଦରେ ଆପଣଙ୍କ ମନ କିଣିନେବ। ତାହେଲେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ସାମଗ୍ରୀ

  • ମଇଦା –୨୫୦ ଗ୍ରାମ
  • ଆଳୁ – ୪ରୁ୫
  • ସିଝା କାବୁଲି ଚଣା – ୧ କପ୍‌
  • ଦହି – ୨ରୁ ୩ କପ୍‌
  • ପିଆଜ – ୩ଟି
  • ସେଉ ଭୁଜିଆ – ୧ ପାତ୍ର
  • ଜୁଆଣୀ – ୧ ଟେବୁଲ ଚାମଚ
  • ଲାଲ ଲଙ୍କା ପାଉଡର – ୧ ଟେବୁଲ ଚାମଚ
  • କଳା ଲୁଣ – ୨ ଟେବୁଲ ଚାମଚ
  • ଲୁଣ – ସ୍ୱାଦାନୁସାରେ
  • ତେଲ – ଆବଶ୍ୟକ ଅନୁଯାୟୀ
  • ଭଜା ଜୀରା – ୧ ଟେବୁଲ ଚାମଚ
  • କଞ୍ଚା ଲଙ୍କା – ୨ଟି ଛୋଟ କଟା ହୋଇଥିବା
  • ଚାଟ ମସଲା – ୨ ଟେବୁଲ ଚାମଚ
  • ତେନ୍ତୁଳୀ ଚଟଣୀ – ୪ ଚାମଚ
  • ଧନିଆ ଚଟଣୀ – ୪ ଟେବୁଲ ଚାମଚ

ପ୍ରସ୍ତୁତ ପ୍ରଣାଳୀ

ଏକ ପାତ୍ରରେ ମଇଦା, ଜୁଆଣୀ, ଦୁଇ ଟେବୁଲ ଚାମଚ ତେଲ, ଲୁଣ, ଲାଲ ଲଙ୍କା ପାଉଡର ଏବଂ ପାଣି ପକାଇ ଅଟା ଭଳି ଚକଟି ଦିଅନ୍ତୁ। ଏବେ ଏଥିରେ ଗୋଲା ବନାଇ ପୁରି ଭଳି ବେଲି ଦିଅନ୍ତୁ। ଏହାପରେ ଏହାକୁ ଛୁରୀରେ ଚାପି ଦିଅନ୍ତୁ, ଯେପରି ଏହା ଛାଣିବା ବେଳେଫୁଲିବ ନାହିଁ। ଏବେ ଏକ ଷ୍ଟୀଲ ଗିନା ନିଅନ୍ତୁ। ଗିନାର ତଳ ଭାଗକୁ ତେଲ ଲଗାଇ ଦିଅନ୍ତୁ, ଏହାପରେ ପୁରିକୁ ସେଥିରେ ଚିପକାଇ ଦିଅନ୍ତୁ। ଏହାପରେ ଏହାକୁ ନେଇ ଗରମ ତେଲରେ ଛାଣି ଦିଅନ୍ତୁ। ଏହା ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଡିପ୍‌ ଫ୍ରାଏ କରନ୍ତୁ। ଏବେ ଦହିରେ ଜୀରା ପାଉଡର, କଳା ଲୁଣ ଏବଂ ଲାଲ ଲଙ୍କା ପାଉଡର ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏକ ପାତ୍ରରେ ତେନ୍ତୁଳୀ ଚଟଣୀ, ଧନିଆ ଚଟଣୀ, ପିଆଜ, କଞ୍ଚା ଲଙ୍କା, କାବୁଲୀ ଚଣା ଏବଂ ଆଳୁ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏହି ମଇଦା ଗିନାକୁ ଏହି ଘୋଳରେ ବୁଡାଇ ଦିଅନ୍ତୁ। ଏହାଉପରେ ପ୍ରସ୍ତୁତ କରିରଖିଥିବା ଦହି ମିଶ୍ରଣ, ଧନିଆ ଚାଟାଣ ଏବଂ ସେଉ ଭୁଜିଆ ପକାଇ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.