ପ୍ରଥମେ କରୋନା ଆଉ ଏବେ ବର୍ଣ୍ଣ ବୈଷମ୍ୟ, ଟ୍ରମ୍ପଙ୍କ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ସ୍ୱପ୍ନକୁ କରିପାରେ ଧୂଳିସାତ୍‌

ପୋଲିସ ହେପାଜତରେ ଥିବା ବେଳେ କୃଷ୍ଣକାୟ ସମ୍ପ୍ରଦାୟର ନାଗରିକ ଜର୍ଜ ଫ୍ଲୋୟର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅଶାନ୍ତ ହୋଇପଡ଼ିଛି ଆମେରିକା। ଏହି ହତ୍ୟାକାଣ୍ଡକୁ ତୀବ୍ର ବିରୋଧ କରି ଲକ୍ଷ ଲକ୍ଷ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତୁରନ୍ତ ହତ୍ୟାକାଣ୍ଡରେ ସାମିଲ ଥିବା ପୋଲିସ ଓ ଜଡ଼ିତ ଥିବା ଅନ୍ୟ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରି ଗତ ୬ ଦିନ ଧରି ବିଦ୍ରୋହ ନିଆଁରେ ଜଳୁଛି ଆମେରିକାର କୋଣ ଅନୁକୋଣ।

World watches America protests in horror but US racism seen before ...

ଏମିତି କି ଏହି ବିଦ୍ରୋହ ଏବେ ରାଷ୍ଟ୍ରପତିଙ୍କ ବାସଭବନ ହ୍ଵାଇଟ୍‌ ହାଉସ୍‌ ଯାଏଁ ବି ପହଞ୍ଚିସାରିଲାଣି। ପରିସ୍ଥିତି ଅଣାୟତ୍ତ ହେବାରୁ ସୁରକ୍ଷାକର୍ମୀ ହ୍ଵାଇଟ୍‌ ହାଉସ୍‌ର ଲାଇଟ୍‌ ବନ୍ଦ କରିଦେବା ସହ ଟ୍ରମ୍ପ, ତାଙ୍କ ପତ୍ନୀ ମେଲାନିଆ ଓ ୧୪ ବର୍ଷର ପୁଅକୁ ବଙ୍କରରେ ଲୁଚାଇଦେଇଥିଲେ। ଦୀର୍ଘ ୧ ଘଣ୍ଟା କାଳ ସେମାନେ ବଙ୍କରରେ ବିତାଇଥିଲେ। ସ୍ଥାନୀୟ ପୋଲିସ ବିକ୍ଷୋଭକାରୀକୁ ଦମନ କରିବା ପାଇଁ ଲୁହବୁହା ଗ୍ୟାସ୍‌, ପାଣି ସମେତ ଫାଙ୍କା ଗୁଳିଚାଳନା କରିଥିଲା। ତଥାପି ଲୋକମାନେ ଶୁଣିନଥିଲେ। ସେମାନେ ଓଲଟା ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏହି ବିକ୍ଷୋଭ ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

UFC star Adesanya joins George Floyd protest in New Zealand - The ...

ଏହି ବିରୋଧ ଏବେ ଦେଶର ୪୦ଟି ରାଜ୍ୟ ଓ ୧୪୦ରୁ ଊର୍ଦ୍ଧ୍ୱ ସହର ପର୍ଯ୍ୟନ୍ତ ପହଞ୍ଚିଲାଣି। ଓ୍ଵାଶିଂଟନ୍‌, ନ୍ୟୁୟର୍କ, କାର୍ଲିଫର୍ଣ୍ଣିଆ ଓ ଟେକ୍ସାସ୍‌ରେ ଏହି ବିରୋଧ ପ୍ରଦର୍ଶନ ଉଗ୍ର ରୂପ ଧାରଣ କରିଛି। ଏସବୁ ଅଞ୍ଚଳରେ ଭଙ୍ଗାରୁଜା, ଗଣ୍ଡଗୋଳ, ମାଡ଼ପିଟ୍‌ ତଥା ଅସନ୍ତୋଷ କ୍ରମଶଃ ବଢ଼ିବାରେ ଲାଗିଛି। କିଛି ବିକ୍ଷୋଭକାରୀ ଚୋରି ଓ ଲୁଟ୍‌ପାଟ କରୁଥିବା ମଧ୍ୟ ସୂଚନା ମିଳିଛି।

America, Are We Ready: A National Call-In About Racism, Violence ...

ହ୍ଵାଇଟ୍‌ ହାଉସ୍‌ ସମ୍ମୁଖରେ ବିରୋଧ ପ୍ରଦର୍ଶନ ବଢ଼ୁଥିବା ଦେଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇ କହିଛନ୍ତି ଯେ ଯଦି ତୁରନ୍ତ ଏଭଳି ବିକ୍ଷୋଭ ବନ୍ଦ ନ ହୁଏ ତେବେ ସେ ସେନା ଡାକିବାକୁ ବି ପଛଘୁଞ୍ଚା ଦେବେ ନାହିଁ। ସୋମବାର ଦିନ ଟ୍ରମ୍ପ ହ୍ଵାଇଟ୍‌ ହାଉସ୍‌ ନିକଟସ୍ଥ ଚର୍ଚ୍ଚ ବି ବୁଲି ଦେଖିଥିଲେ ଯାହାକୁ ରବିବାର ବିକ୍ଷୋଭକାରୀ ଜଳାଇ ଦେଇଥିଲେ। ଏହି ମାମଲା ଏବେ ସମଗ୍ର ୟୁରୋପକୁ ବ୍ୟାପୁଥିବା ଦେଖାଯାଇଛି।

Factbox: 'I can't breathe' protests spread across America after ...

ତେବେ ଏସବୁ ପରିସ୍ଥିତି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି ହୋଇଛି। ଏଥିସହ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ସମ୍ଭାବନା ବି କ୍ଷୀଣ ହେବାରେ ଲାଗିଛି। ପ୍ରଥମେ କରୋନା ମୁକାବିଲା କ୍ଷେତ୍ରରେ ଫେଲ୍‌ ଓ ଏବେ ବର୍ଣ୍ଣବୈଷମ୍ୟତା ଟ୍ରମ୍ପଙ୍କ ସ୍ୱପ୍ନକୁ ଧୂଳିସାତ୍‌ କରିବା ଭଳି ମନେ ହେଉଛି। ତେବେ ଖୁବ୍‌ଶୀଘ୍ର ଯଦି ଏହି ମାମଲାକୁ ସମାଧାନ କରାନଯାଏ ତେବେ ଆମେରିକାରେ ସ୍ଥିତି କରୋନାଠୁ ବି ସାଂଘାତିକ ନହେବ ତାହା କହିହେଉନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.