ଓଜନ କମାଇବା ପାଇଁ ସବୁଠାରୁ ବେଶୀ ଲାଭଦାୟକ ହୋଇଥାଏ ଏହି ଡିଟକ୍ସ ୱାଟର, ଥରେ ଟ୍ରାଏ କରନ୍ତୁ ଆଉ ଦେଖନ୍ତୁ ଫଳାଫଳ

ବର୍ତ୍ତମାନ ଲକଡାଉନ ଚାଲିଥିବା କାରଣରୁ ଓଜନ ବୃଦ୍ଧି ଭଳି ସମସ୍ୟାକୁ ନେଇ ଅନେକ ଲୋକ ଅସୁବିଧାରେ ପଡୁଛନ୍ତି । ଯଦି ଆପଣଙ୍କର ବି ସମାନ ଅଭିଯୋଗ ଅଛି ଏବଂ ଆପଣ ନିଜ ଆକୃତିର ଆକାରକୁ ଫେରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆମେ ଆଣିଛୁ କିଛି ସହଜ ଉପାୟ । ଯେହେତୁ ଆମେ ସମସ୍ତେ ଜାଣୁ ଯେ ଏକ ସୁସ୍ଥ ଜୀବନଶୈଳୀରେ ଖାଦ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଏକ ଡିଟକ୍ସ ସେବନ ବିଷୟରେ କହିବୁ ଯାହାକୁ ପିଇବା ଦ୍ୱାରା ଆପଣ ସୁସ୍ଥ ଏବଂ ଫିଟ୍ ରହିବେ । ଏହା ଜିରା, ଧନିଆ ଏବଂ ପାନମଧୁରୀରୁ ପ୍ରସ୍ତୁତ ଏକ ଡିଟକ୍ସ ପାନୀୟ । ଯାହାର ସେବନ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବା ସହିତ ଚର୍ମକୁ କୋମଳ ଏବଂ ସୁସ୍ଥ ବନାଇବାରେ ସାହାଯ୍ୟ କରିଥାଏ ।
ଜିରା
ଏହି ଭାରତୀୟ ମସଲା ଏହାର ବିଭିନ୍ନ ସ୍ୱାସ୍ଥ୍ୟ ଉପକାର ପାଇଁ ଜଣାଶୁଣା । ଜିରା ମଞ୍ଜି ହଜମ ସମସ୍ୟାକୁ ଦୂର କରିବା ସହିତ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଓଜନ ହ୍ରାସ କରିବାରେ ଏହା ମଧ୍ୟ ବହୁତ ଉପଯୋଗୀ ।
ଧନିଆ
ଧନିଆ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ଏବଂ ଭିଟାମିନର ଏକ ଉତ୍ତମ ଉତ୍ସ । ଯାହା ଶରୀରର ଅଧିକ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଧନିଆ ମଞ୍ଜିରେ ଆଣ୍ଟିସେପ୍ଟିକ୍ ଗୁଣ ରହିଛି । ଯାହା ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାର ଚିକିତ୍ସା ପାଇଁ ପ୍ରଭାବଶାଳୀ ହୋଇପାରେ । ତେଣୁ ଗ୍ରୀଷ୍ମ ସମୟରେ ଧନିଆର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । କାରଣ ଉତ୍ତାପ ଏବଂ ଝାଳ ଯୋଗୁଁ ଚର୍ମ ତେଲିଆ ହେବା ସହିତ ବିଭିନ୍ନ ଚର୍ମ ସମସ୍ୟା ସୃଷ୍ଟି କରିଥାଏ ।
ପାନମଧୁରୀ
ଗ୍ରୀଷ୍ମ ଋତୁରେ ବ୍ରଣ ଏକ ସାଧାରଣ ଚର୍ମ ସମ୍ବନ୍ଧୀୟ ସମସ୍ୟା ଏବଂ ପାନମଧୁରୀ ଚର୍ମକୁ ଥଣ୍ଡା ରଖିଥାଏ । ଏଥିରେ ଜିଙ୍କ, କ୍ୟାଲସିୟମ ଏବଂ ସେଲେନିୟମ ଭଳି ଗୁଣ ରହିଛି । ଯାହା ଶରୀରରେ ହରମୋନ୍ ଏବଂ ଅମ୍ଳଜାନ ସ୍ତରକୁ ସନ୍ତୁଳିତ କରିବା ପାଇଁ ଭଲ । ତାସହିତ ମଧୁରୀ ତ୍ୱଚାରେ ଚମକ ଆଣିଥାଏ ଏବଂ ଓଜନ ହ୍ରାସ କରିଥାଏ ।
- ତାହେଲେ ବର୍ତ୍ତମନ ଆସନ୍ତୁ ଜାଣିବା ଜିରା-ଧନିଆ ଓ ମାଧୁରୀ ପାଣି କିପରି ପ୍ରସ୍ତୁତ କରିବେ ?
- ଅଧା ଚାମଚ ଜିରା, ଧନିଆ ଏବଂ ମଧୁରୀକୁ ରାତିସାରା 1 ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ ।
- ତା ପରଦିନ ସକାଳେ ଏହି ପାଣିକୁ ଭଲ ଭାବରେ ଫୁଟାଇ ଛାଣି ଦିଅନ୍ତୁ ।
- ତାପରେ ଏଥିରେ କଳା ଲୁଣ, ମହୁ ଏବଂ ଅଧା ଲେମ୍ବୁ ରସ ମିଶାଇ ପିଇ ଦିଅନ୍ତୁ ।