Below header

ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ମିତ୍ର ଆପ୍‌ ବାହାର କରିଦିଆଗଲା, ଯଦି ଆପଣଙ୍କ ମୋବାଇଲରେ ଅଛି ତେବେ ତୁରନ୍ତ ଏହାକୁ ଡିଲିଟି କରନ୍ତୁ ନଚେତ୍…

ନୂଆଦିଲ୍ଲୀ : ଚୀନ୍‌ର ଟିକ୍‌ଟକ୍‌ ଆପ୍‌କୁ ଟକ୍କର ଦେବା ପାଇଁ ଭାରତୀୟ ଆଇଟିଆଇ ଛାତ୍ର ବାହାର କରିଥିବା ‘ମିତ’ ଆପ୍‌ କୁ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ କାଢ଼ି ଦିଆଯାଇଛି । ଖୁବ୍‌ କମ୍‌ ସମୟରେ ମିତ୍ର ୫୦ ଲକ୍ଷ ଡାଉନ୍‌ଲୋଡ଼୍‍ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ କ’ଣ ପାଇଁ ଏହାକୁ ଏତେ ଶୀଘ୍ର ଗୁଗୁଲ୍‌ରୁ ବାହାର କରି ଦିଆଗଲା ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ ।

ଭାରତର ଲୋକପ୍ରିୟ ଆପ୍‌ ‘ମିତ୍ର’ ହେଉଛି ଚୀନ୍‌ର ଟିକ୍‌ ଟକ୍‌ ଆପ୍‌ର ଏକ ବିକଳ୍ପ । ଏହା ଲଞ୍ଚ ହେବା ପରେ ମାତ୍ର ମାସକ ଭିତରେ ପ୍ରାୟ ୫୦ ଲକ୍ଷ ଡାଉନ୍‌ଲୋଡ୍‌ ହୋଇଥିଲା । ବିଚାର କରାଯାଉଥିଲା ଏହା ଚୀନ୍‌ର ଟିକ୍‌ଟକ୍‌ କୁ ଟକ୍କର ଦେବ ।

 

ହେଲେ ମାତ୍ର ଅଳ୍ପ କେଇ ଦିନ ଭିତରେ ଏହି ଆପ୍‌ର ପ୍ରକୃତ ସ୍ୱରୂପ ପଦାକୁ ଆସିଲା । ଦେଶର ସୂରକ୍ଷା ଦୃଷ୍ଟିରୁ ଏହାକୁ ତୁରନ୍ତ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ କାଢ଼ି ଦିଆଯାଇଛି । ଏହି ଆପ୍‌ରେ କେତେକ ଦୋଷ ତ୍ରୁଟି ଥିବା କୁହାଯାଇଛି ।

Mitron app

ହେଲେ ବାସ୍ତବରେ ପାକିସ୍ଥାନର କୋଡିଂ କମ୍ପାନୀ କ୍ୟୁବୋକ୍ସସ୍‌ ରୁ କୋଡ୍‌ ଆଣି ମିତ୍ର ଆପ୍‌କୁ ଭାରତରେ ନିର୍ମାଣ କରାଯାଇଥିଲା । ଏହି ଆପ୍‌କୁ ନିର୍ମାଣ କରିଥିଲେ ଆଇଆଇଟି ରୁର୍‌କୀର ଛାତ୍ର ଶିବାଙ୍କା ଅଗ୍ରଓ୍ଵାଲା ଓ ତାଙ୍କର ସହଯୋଗୀ ଛାତ୍ର ।

ଭାରତରେ ମିତ୍ର ଆପ୍‌କୁ ଲଞ୍ଚ୍‌ କରିବା ପୂର୍ବରୁ ସେମାନେ ଆପ୍‌ର କୋଡ୍‌ ଓ ପଲିସ୍‌କୁ ବଦଳାଇ ଦେଇଥିଲେ । ପାକିସ୍ତାନ କ୍ୟୁବୋକ୍ସସ୍‌ କମ୍ପାନୀ ପକ୍ଷରୁ ଇର୍‌ଫାନ୍‌ ଶେଖ୍‌ ଏ ସମ୍ପର୍କରେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଡଟ୍‌ କମ୍‌ କୁ ଜଣାଇଛନ୍ତି ।

 

ସେ କହିଛନ୍ତି ଯେ ଅଗ୍ରଓ୍ଵାଲ୍‌ ତାଙ୍କ କମ୍ପାନୀ ଠାରୁ ଟିକ୍‌ଟିକ୍‌ କୋଡ୍‌ ନେଇ ତାହାକୁ ଭାରତର ମିତ୍ର ଆପ୍‌ରେ ପରିବର୍ତ୍ତନ କରି ଲଞ୍ଚ୍‌ କରିଛନ୍ତି । ଯେହେତୁ ଏହାର ପଲିସିରେ ପରିବର୍ତ୍ତନ କରି ଏହାକ୍‌ୁ ନୂଆ ନାମରେ କରାଯାଇଛି ଏହା ସୂରକ୍ଷିତ ନୁହେଁ ବୋଲି ସାଇବର ଏକ୍ସପର୍ଟମାନେ ପ୍ରକାଶ କରିଛନ୍ତି ।

ମିତ୍ର ଆପ୍‌ରୁ ନିଜର ଏକାଉଣ୍ଟକୁ ଡିଲିଟ୍‌ କରିବାର ବ୍ୟବସ୍ଥା ନଥିବାରୁ ଏହି ଆପ୍‌କୁ ନିଜର ମୋବାଇଲରୁ ଅନ୍‌ ଇନ୍‌ଷ୍ଟାଲ୍‌ କରିହେବ ନଚେତ୍‌ ଏକାଉଣ୍ଟ୍‌କୁ ଲଗ୍‌ ଆଉଟ୍‌ କରିହେବ ।

ଏହାଛଡ଼ା ଅନ୍ୟ ବ୍ୟବସ୍ଥା ନାହିଁ କାରଣ ଆପ୍‌ର ସେଟିଙ୍ଗ୍‌ ମେନୁ ଆଉ ଦେଖିବାକୁ ମିଳୁନି । ତେଣୁ ସୂରକ୍ଷା କାରଣରୁ ତୁରନ୍ତ ଏହି ଆପ୍‌କୁ ନିଜର ମୋବାଇଲ୍‌ରୁ ଡିଲିଟ୍‌ କରିବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.