ହିଟ ଷ୍ଟ୍ରୋକରୁ ରକ୍ଷା ପାଇବେ କିପରି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ…

ଗ୍ରୀଷ୍ମ ଋତୁରେ ସୂର୍ଯ୍ୟକିରଣ ବ୍ୟତୀତ, ସବୁଠାରୁ ବଡ ସମସ୍ୟା ହେଉଛି ହିଟ ଷ୍ଟ୍ରୋକ ବା ଉତ୍ତାପର ଆଘାତ । ତାପମାତ୍ରା ବଢିବା ସହିତ ହିଟ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢି ବଢି ଯାଇଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ହିଟ ଷ୍ଟ୍ରୋକ ଆସେ ତେବେ ଶରୀରରେ ଜଳର ଅଭାବ ଦେଖାଦେଇଥାଏ । ଯେଉଁ କାରଣରୁ ଡିହାଇଡ୍ରେସନ୍ ଏବଂ ବାନ୍ତି ଭଳି ସମସ୍ୟା ଦେଖାଯାଏ । ଏପରି ପରିସ୍ଥିତିରେ, କିଛି ପରିବର୍ତ୍ତନ ମଧ୍ୟ ଆବଶ୍ୟକ ଯାହା ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା । ତେଣୁ ହିଟ୍ ଷ୍ଟ୍ରୋକକୁ ଏଡାଇବା ପାଇଁ ଆପଣ କଣ କରିବା ଆବଶ୍ୟକ । ଆସନ୍ତୁ ଜାଣିବା କଣ କହୁଛନ୍ତି ବିଶେଷଜ୍ଞ ।
ଡାକ୍ତରଙ୍କ କହିବା ଅନୁଯାୟୀ ଉତ୍ତାପରୁ ରକ୍ଷା ପାଇବା ପାଇଁ ସତର୍କତା ଆବଶ୍ୟକ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ । ଯଦି ଆପଣ ଏହାକୁ ଏଡାଇବାକୁ ଚାହାଁନ୍ତି, ତେବେ ମନେରଖନ୍ତୁ ଯେ ଆପଣ ଖାଲି ପେଟରେ ଆଦୌ ରୁହନ୍ତୁ ନାହିଁ । ଖାଲି ପେଟରେ ରହିବା ଦ୍ୱାରା ଉତ୍ତାପ ଜନିତ ଆଶଙ୍କା ବଢ଼ିଯାଇଥାଏ ।
ଏମିତିରେ ବି ଲକଡାଉନ୍ ସମୟରେ ସମସ୍ତେ ନିଜ ନିଜ ଘରେ ଅଛନ୍ତି କିନ୍ତୁ ଯଦି ବି ଆପଣଙ୍କୁ କିଛି ଜରୁରୀ କାର୍ଯ୍ୟରେ ବାହାରକୁ ଯିବାକୁ ପଡୁଛି ତାହେଲେ କାନ ଏବଂ ମୁଣ୍ଡକୁ ସୂତା କପଡ଼ାରେ ଘୋଡାଇ ରଖନ୍ତୁ । ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଦିନସାରା ଅତି କମରେ 8 ରୁ 10 ଗ୍ଲାସ୍ ପାଣି ପିଅନ୍ତୁ, ନଚେତ୍ ଜଳର ଅଭାବ ଡିହାଇଡ୍ରେସନ୍ ଭଳି ସମସ୍ୟା ସୃଷ୍ଟି କରିପାରେ ।
ଏହାସହିତ ଆପଣ ନିଜ ଖାଦ୍ୟରେ କଞ୍ଚା ପିଆଜ ସାମିଲ କରନ୍ତୁ । ଦହି, ଆମ୍ବ ପଣା କିମ୍ବା ଥଣ୍ଡା ସର୍ବତ ପିଇବା ଉଚିତ୍ । ଏସି ଏବଂ କୁଲରରେ ଥିବାବେଳେ ହଠାତ୍ ସୂର୍ଯ୍ୟକିରଣକୁ ଯାଆନ୍ତୁ ନାହିଁ ଏବଂ ଶରୀରର ତାପମାତ୍ରା ସ୍ୱାଭାବିକକୁ ଫେରିବାକୁ ଦିଅନ୍ତୁ ।