ମାଲକାନଗିରିରେ ଅଜଣା ରୋଗ ନେଉଛି ଜୀବନ, ମଲେଣି ୧୭ରୁ ଅଧିକ ଲୋକେ

ମାଲକାନଗିରି (କେନ୍ୟୁଜ୍‌) : ସାରା ବିଶ୍ୱକୁ କୋଭିଡ-୧୯ ଭୂତାଣୁ କବଳିତ କରି ରଖିଥିବାବେଳେ ଏବେ ଡରାଉଛି ଅଜଣା ରୋଗ। କରୋନା ସଂକ୍ରମଣ ଭିତରେ ମାଲକାନଗିରି ଜିଲ୍ଲାରେ ଏକ ଅଜଣା ରୋଗ ଲୋକଙ୍କୁ ଆତଙ୍କିତ କରୁଛି। ଗତ ୩ ମାସରେ ଗୋଟିଏ ଗାଁରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଆଉ ଏବେବି ଅନେକ ପୀଡିତ ଥିବା ଜଣାପଡିଛି।

ଗାଁରେ ଡାକ୍ତରୀ ଦଳ ପହଁଚିଥିଲେ ସୁଦ୍ଧା ରୋଗର ନିରାକରଣ କଣ ହେବ ଚିନ୍ତା କରିପାରୁନାହାନ୍ତି। ଫଳରେ ଗ୍ରାମବସୀ ଉପାୟଶୂନ୍ୟ ହୋଇ ଗୁଣିଆ ଉପରେ ଭରଷା କରୁଛନ୍ତି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପେଡକୋଣ୍ଡା ପଞ୍ଚାୟତର କେନ୍ଦୁଗୁଡା ଗ୍ରାମରେ ଗତ ୩ ଦିନରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ସମସ୍ତଙ୍କର ସମାନ ଲକ୍ଷଣ ଥିବା ଦେଖାଯାଇଛି। ପ୍ରଥମେ ପାଦ ଫୁଲିଯିବା ଜ୍ୱର ହେଉଛି ଯାହାପରେ ମୃତ୍ୟୁ ଘଟୁଛି। ଏହି ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇଥିବା ସମସ୍ତେ ୧୮ ରୁ ୨୫ ବର୍ଷର ବୋଲି ଜଣାପଡିଛି।

Leave A Reply

Your email address will not be published.