Below header

କରୋନାରେ ସାହାଯ୍ୟ ପାଇଁ ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗଙ୍କ ଭେଣ୍ଟିଲେଟର ହସ୍ପିଟାଲକୁ ଦାନଦେଲେ ପରିବାର

କୋଭିଡ -19 ରୁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗଙ୍କ ପରିବାର ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । କରୋନା ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ପରିବାର ହକିଙ୍ଗଙ୍କ ଭେଣ୍ଟିଲେଟରକୁ ଲଣ୍ଡନର ଏକ ଡାକ୍ତରଖାନାକୁ ଦାନ କରିଛନ୍ତି । ଆଜୀବନ ମୋଟର ନ୍ୟୁରନ୍ ରୋଗ ସହ ସଂଗ୍ରାମ କରି ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉପରେ ଅନୁସନ୍ଧାନ କରି 2018 ମସିହାରେ ହକିଂଙ୍କର ମୃତ୍ୟୁ ହୋଇଥିଲା ।

स्टीफन हॉकिंग

ହକିଙ୍ଗଙ୍କ ଝିଅ ଲୁସି କହିଛନ୍ତି ଯେ କେମ୍ବ୍ରିଜ୍ର ରୟାଲ୍ ପାପୱର୍ଥ ହସ୍ପିଟାଲକୁ ମୋ ବାପାଙ୍କ ଭେଣ୍ଟିଲେଟର ଦିଆଯାଇଛି । ତାଙ୍କୁ ଏହି ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ସେ କହିଛନ୍ତି ଯେ ଭେଣ୍ଟିଲେଟରରେ ଥିବାରୁ ମୋ ବାପାଙ୍କ ପାଇଁ ରୟାଲ ପାପୱର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ମହାମାରୀ ସମୟରେ ଭେଣ୍ଟିଲେଟର ଆବଶ୍ୟକତା ରହିଛି । ସୂଚନା ଅନୁଯାୟୀ ହକିଙ୍ଗଙ୍କର ଅଧିକାଂଶ ସମୟ ଏକ ହ୍ୱିଲ ଚେୟାରରେ ଅତିବାହିତ ହୋଇଥିଲା ଏବଂ ସେ କମ୍ପ୍ୟୁଟର ସାହାଯ୍ୟରେ ଯୋଗାଯୋଗ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.