Below header

କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ଭୁବନେଶ୍ବର:କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଏକ ଟ୍ଵିଟ୍‌ ଉପରେ ରିଟ୍ଵିଟ୍‌ କରି ପ୍ରଶଂସା କରିଛନ୍ତି ଚନ୍ଦ୍ରବାବୁ। କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ଦୃଢ ସଂକଳ୍ପର ସହ ଲଢୁଛନ୍ତି ନବୀନ ପଟ୍ଟନାୟକ। କରୋନା ବିରୋଧୀ ଲଢେଇରେ ସେ ଅଗ୍ରଣୀ ଭୂମିକା ନେଇଛନ୍ତି। ମହାମାରୀ ସମୟରେ ତାଙ୍କ ଶାସନ ଏବଂ କାର୍ଯ୍ୟ ଶୈଳୀ ସଂପୂର୍ଣ୍ଣ ଦକ୍ଷ ଏବଂ ଆବେଗପୂର୍ଣ୍ଣ। ଅଧିକାଂଶ ଦେଶ ଲଢେଇ ଭଳି ସ୍ଥିତିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍‌ କରି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.