ଏପ୍ରିଲ ୨୭ରେ ପୁଣି ଥରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା, ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ହେବ କଥାବାର୍ତ୍ତା

ନୂଆଦିଲ୍ଲୀ: ଏପ୍ରିଲ ୨୭ରେ ପୁଣି ଥରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ମାନଙ୍କ ଆଲୋଚନା। ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ନରେନ୍ଦ୍ର ମୋଦି। ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବେ। ମେ ୩ରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଏପ୍ରିଲ ୧୧ତାରିଖରେ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

modi ସେପଟେ ଆସନ୍ତାକାଲି ପାଳିତ ହେବ ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୟୁନିଫାଏଡ୍‌ ଇ-ଗ୍ରାମସ୍ୱରାଜ ପୋର୍ଟାଲ, ସ୍ୱାମୀତାଭ ସ୍କିମ୍‌ ଓ ମୋବାଇଲ୍‌ ଆପ୍‌ ଲଞ୍ଚ କରିବେ। ଦେଶର ସବୁ ଗ୍ରାମପଞ୍ଚାୟତକୁ ମଧ୍ୟ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ମୋଦି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.