ଇରାନ ଓ ନ୍ୟୁୟର୍କ ପରେ ଏବେ ବ୍ରାଜିଲରୁ ଆସିଲା ସାମୂହିକ କବରର ଫଟୋ, ସମ୍ମାନର ସହ କରାଯାଉଛି ମୃତକଙ୍କ ଅନ୍ତିମ ସଂସ୍କାର

କରୋନା ସଂକ୍ରମଣରେ ହଜାର ହଜାର ମୃତ୍ୟୁ ପରେ ଇରାନ ଏବଂ ଆମେରିକାର ନ୍ୟୁୟର୍କରେ ମୃତକମାନଙ୍କୁ ସାମୂହିକ କବର ଦିଆଯାଇଥିଲା। ଏହି ସାମୂହିକ କବର ଦିଆଯିବାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ମଧ୍ୟ ହୋଇଥିଲା। ଏବେ ବ୍ରାଜିଲର ମାନଉସ ସହରରୁ ଠିକ ଏମିତି ହିଁ ଫଟୋ ସାମ୍ନାକୁ ଆସିଛି। ଏଠାରେ ସହରର ସବୁଠାରୁ ବଡ଼ କବରୀସ୍ଥାନରେ ଏକସାଥୀରେ ଶହ ଶହ ଲୋକଙ୍କୁ କବର ଦିଆଯାଉଛି।

11

ଏକ ଗଣମାଧ୍ୟମ ମୁତାବକ, ସହରରେ ଦୈନିକ 100ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଏଭଳି ସ୍ଥିତିରେ ସାମୂହିକ କବର ବ୍ୟବହାର କରିବା ଛଡା ଅନ୍ୟ କୌଣସି ଉପାୟ ନାହିଁ। ମାନଉସର ମେୟର ଆର୍ଥର ଭର୍ଜିଲିଓ ନିଟୋ କହିଛନ୍ତି, ପ୍ରାରମ୍ଭରେ ପ୍ରତ୍ୟେକ ଦିନ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା 30 ପାଖାପାଖି ଥିଲା, କିନ୍ତୁ ଏବେ ଏହା ବଢି 100ରୁ ଅଧିକ ହୋଇଯାଇଛି। ଏମିତିରେ ଆମ ପାଖରେ ଆଉ କିଛି ବାଟ ନାହିଁ।

କବରୀସ୍ଥାନର ଦେଖାଶୁଣା କରୁଥିବା ସହରର ଡିପାର୍ଟମେଣ୍ଟ ପାଖରେ ବର୍ତ୍ତମାନ ପର୍ଯ୍ୟାପ୍ତ ଲୋକ ସମ୍ବଳ ନାହାନ୍ତି। ଏହାସହ ସମସ୍ତ ମୃତକଙ୍କୁ ଅଲଗା ଅଲଗା ଅନ୍ତିମ ସଂସ୍କାର କରିବା ପାଇଁ ଜାଗା ମଧ୍ୟ ବଳକା ନାହିଁ। କହି ରଖୁଛୁ, କରୋନା ସଂକ୍ରମଣରେ ମରୁଥିବା ବ୍ୟକ୍ତିଙ୍କ ମୃତଦେହରୁ ବି ଭାଇରସ ବ୍ୟାପିବାର ସମ୍ଭାବନା ଥିବାରୁ ଏକସାଥୀରେ କବର ଦିଆଯିବା ସୁରକ୍ଷିତ ବୋଲି କୁହାଯାଉଛି। ତେବେ ଏହି କଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି କି, ସାମୂହିକ ଭାବେ କବର ଦିଆଯିବା ବେଳେ ପୂରା ସମ୍ମାନର ସହ ଅନ୍ତିମ ସଂସ୍କାର କରାଯାଉ, ଯେପରି ପରେ ଲୋକେ ଏହି କବରସ୍ଥଳୀଙ୍କୁ ଆସି ପ୍ରାର୍ଥନା କରିପାରିବେ।

22

ମେୟର ନିଟୋ କହିଛନ୍ତି, ସହରର ହସ୍ପିଟାଲଗୁଡିକ କରୋନା ରୋଗୀଙ୍କ ସଂଖ୍ୟାରେ ଭରି ରହିଛି। ଏବେ ଆମ ପାଖରେ ଚିକିତ୍ସା କରିବାକୁ ନା ଜାଗା ଅଛି ନା ମେଡିକାଲ ଷ୍ଟାଫ ଲଗାତାର କାମ କରିବା ସ୍ଥିତିରେ ଅଛନ୍ତି। ତେବେ ସେ ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ସେମାନେ ଏଭଳି ଖରାପ ସ୍ଥିତିରେ ଥିବା ସତ୍ତ୍ୱେ ଫେଡେରାଲ ସରକାରଙ୍କ ତରଫରୁ କୌଣସି ପ୍ରକାର ସହାୟତା ଦିଆଯାଇନାହିଁ। ସେ କହିଥିଲେ, ‘ଆମେ କିଛି ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିବାକୁ ଚାହୁଁଛୁ, କିନ୍ତୁ ସାହାଯ୍ୟ ବିନା ଏହା କରିବା ସମ୍ଭବ ନୁହେଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.