Below header

କୋଭିଡ ୧୯ ମୁୁକାବିଲାରେ ଓଡ଼ିଶା ପାଲଟିଲା ଉଦାହରଣ, ସଂକ୍ରମଣ ରୋକିବାରେ ରାଜ୍ୟ ସରକାର ସଫଳ

ଭୁବନେଶ୍ବର: କୋଭିଡ ୧୯ ମୁୁକାବିଲାରେ ଓଡ଼ିଶା ପାଲଟିଛି ଉଦାହରଣ। ସଂକ୍ରମଣ ରୋକିବାରେ ପଦକ୍ଷେପ, କରୋନାକୁ ରୋକ ଲଗାଇବାରେ ସକ୍ଷମ ହୋଇଛି । ରାଜ୍ୟ ସରକାରଙ୍କ ପ୍ରାକ୍‌ ପ୍ରସ୍ତୁତି ଓ ଆକ୍ରାନ୍ତ ଚିହ୍ନଟ ପରେ ଚିକିତ୍ସା ଯୋଗାଇବାର ତତ୍ପରତାକୁ ରାଜ୍ୟ ବାହାରେ ପ୍ରଶଂସା କରାଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କରୋନା ସଂପର୍କିତ ସୂଚନା ପ୍ରଦାନ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ନିଜ ନିଜର ଅନୁଭୂତି ବଖାଣିଛନ୍ତି।

coronavirusକିମ୍‌ସ କୋଭିଡ ହସ୍‌ପିଟାଲରେ ଚିକିତ୍ସିତ ହୋଇଥିବା କରୋନା ସଂକ୍ରମିତ ସୁସ୍ଥ ହୋଇ ଡାକ୍ତରଖାନାର ପ୍ରଶଂସା କରିଛନ୍ତି । ଡାକ୍ତର ଓ କର୍ମଚାରୀଙ୍କ ସେବା, ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ପ୍ରଦାନ ଦ୍ୱାରା ସେମାନେ ସଂକ୍ରମଣରୁ ମୁକ୍ତ ହୋଇଥିବାରୁ କିମ୍‌ସ କୋଭିଡ ହସପିଟାଲ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ ଏକ କ୍ଷୁଦ୍ର ପ୍ରାମାଣିକ ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.