Below header

ବର୍ଷ ଶେଷରେ ଆମେରିକାରେ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ଭୟଙ୍କର ସମୟ, ଚେତାବନୀ ଦେଲେ ସ୍ୱାସ୍ଥ୍ୟ ଅଧିକାରୀ

ଚଳିତ ବର୍ଷ ଶେଷରେ ଆମେରିକାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହେବାକୁ ଯାଉଛି । ଯାହାକି ବର୍ତ୍ତମାନର କୋଭିଡ -୧୯ ସଙ୍କଟଠାରୁ ଅଧିକ ଭୟଙ୍କର ହେବା ବୋଲି ଆମେରିକାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି । ଆମେରିକାରେ କରୋନା ଭାଇରସ ଏପର୍ଯ୍ୟନ୍ତ ୪୫,୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ ରବର୍ଟ ରେଡଫିଲ୍ଡ କହିଛନ୍ତି ଯେ ବର୍ଷ ଶେଷରେ ଆମେରିକାରେ ଗୋଟିଏ ସମୟରେ ଫ୍ଲୁ ମହାମାରୀ ଏବଂ କରୋନା ମହାମାରୀ ହେବ । ଯଦି ବର୍ତ୍ତମାନ ବି କରୋନା ଭାଇରସର ବିସ୍ତାର ସହିତ ଫ୍ଲୁ ଏକ ସମୟରେ ହୋଇଥାନ୍ତା ତେବେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ସବୁଠାରୁ ଭୟଙ୍କର ସମୟ ହୋଇଥାନ୍ତା ।

COVID-19 Crisis: Political and Economic Aftershocks - Foreign ...

ସେ କହିଛନ୍ତି ଯେ ସୋଭାଗ୍ୟବଶତଃ ଆମେରିକାରେ ସାଧାରଣ ଫ୍ଲୁ ସିଜିନ ଶେଷ ହେବାକୁ ଯାଉଥିବାବେଳେ କରୋନା ପ୍ରକୋପ ଆରମ୍ଭ ହୋଇଥିଲା । କିନ୍ତୁ ଆସନ୍ତା ଶୀତରେ ଆମ ଦେଶରେ ଏହି ଭାଇରସ ପୁନର୍ବାର ଆକ୍ରମଣ କରିବାର ସମ୍ଭାବନା ରହିଛି ଯାହା ବାସ୍ତବତା ଅପେକ୍ଷା ଆହୁରି ଭୟଙ୍କର ହେବ । ଆମକୁ ଗୋଟିଏ ସମୟରେ ଫ୍ଲୁ ମହାମାରୀ ଏବଂ କରୋନାର ସାମ୍ନା କରିବାକୁ ପଡିବ । ଦୁଇଟି ମହାମାରୀର ଏକକାଳୀନ ବିସ୍ଫୋରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଗଭୀର ଚାପ ସୃଷ୍ଟି କରିବ । ଏହି ସମୟରେ ହ୍ୱାଇଟହାଉସ୍ ପ୍ରତିଷେଧକ ବ୍ୟବସ୍ଥା ଜାରି ରଖିବା ଏବଂ କରୋନାର ମୁକାବିଲା ପାଇଁ ଯାଞ୍ଚ ସୁବିଧା ବୃଦ୍ଧି କରିବାକୁ ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.