Below header

ପ୍ରେମ ସାମ୍ନାରେ ଦିଶିଲାନି ସମ୍ପର୍କ, ଶାଳୀ ସହ ଫେରାର ହେଲା ୨ ପିଲାଙ୍କ ବାପା

କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ଏଭଳି ଭାବେ ବ୍ୟକ୍ତିକୁ ଅନ୍ଧ କରିଦିଏ ଯେ ସେ ସମ୍ପର୍କର ମୂଲ୍ୟ ବି ଭୁଲିଯାଏ। ଏବେ ସେଭଳି ଏକ ମାମଲା ଦେଖିବାକୁ ମିଳିଛି ଜଲାଲାବାଦ ଅଧୀନସ୍ଥ ହଜାରା ରାମ ସିଂହବାଲା ଗାଁରେ। ଏଠାରେ ଜଣେ ଭିଣୋଇ ନିଜ ଅବିବାହିତା ଶାଳୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଫେରାର ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ ସୁନିତା ରାଣୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

elopse2

ସୁନିତା ଅଭିଯୋଗ କରିଛନ୍ତି, ସେ ୬ ବର୍ଷ ତଳେ ତରସେମ୍‌ ସିଂହଙ୍କୁ ବିବାହ କରିଥିଲେ। ତାଙ୍କର ୨ଟି ପିଲା ମଧ୍ୟ ଅଛନ୍ତି। ସେ କହିଛନ୍ତି, ତାଙ୍କ ମା’ ଓ ଭଉଣୀ ଡିସେମ୍ବର ୧୯ ତାରିଖ ସନ୍ଧ୍ୟାରେ ବିଲରେ କାମ କରୁଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ତରସେମ୍‌ ତାଙ୍କ ସାନ ଭଉଣୀକୁ ନେଇ କୁଆଡ଼େ ଚାଲିଯାଇଛନ୍ତି। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ନ ମିଳିବାରୁ ବାଧ୍ୟ ହୋଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.