ଅଜବ ତରିକାରେ ମହିଳା ଲୋକୋ ପାଇଲଟଙ୍କୁ ପ୍ରେମ ନିବେଦନ କଲେ ପ୍ରେମିକ, ଲକ୍ଷ ଲକ୍ଷ ସଂଖ୍ୟାରେ ଭାଇରାଲ ହେଉଛି ଭିଡିଓ

ନିଜ ପ୍ରେମ ବାବଦରେ ଅପର ପକ୍ଷକୁ କହିବା ପାଇଁ ପ୍ରେମିକ କିମ୍ବା ପ୍ରେମିକା ନିଜ ନିଜ ସାଥିଙ୍କୁ କରିଥାନ୍ତି ପ୍ରେମ ନିବେଦନ । ଆଉ ଏମଧ୍ୟରୁ କିଛି ପ୍ରପୋଜାଲ ଖୁବ ସ୍ୱତନ୍ତ୍ର ହୋଇଥାଏ । ଆଉ ସେଗୁଡିକୁ ନେଇ ଚର୍ଚ୍ଚା ବି ବେଶ ଜୋର ଧରିଥାଏ । ସାଧାରଣ ଲୋକେ ବି ଏଧରଣର ଭିଡିଓ, ଫଟୋ ଆଦିକୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି । ଏହି ନିକଟରେ ହିଁ ଏମିତି ଏକ ସମାନ ଧରଣର ଭିଡିଓ ଖୁବ ଭାଇରାଲ ହୋଇଛି । ଘଟଣାଟି ଘଟିଛି ଆୟାରଲ୍ୟାଣ୍ଡ ରାଜଧାନୀ ଡବଲିନରେ । ଏଠାକାର ପିୟର୍ସ ନାମକ ଏକ ଷ୍ଟେସନରେ ଜଣେ ମହିଳା ଲୋକୋ ପାଇଲଟଙ୍କୁ ଏକ ଅଜବ ତରିକାରେ ପ୍ରପୋଜ କରିଛନ୍ତି ତାଙ୍କ ପ୍ରେମିକ ଜଣଙ୍କ । ଆଉ ଏହି ମୁହୂର୍ତ୍ତର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଅନେକ ଲୋକପ୍ରିୟତା ବି ହାସଲ କରିଛି ।

ଭିଡିଓଟିକୁ ଧ୍ୟାନ ଦେଇ ଦେଖିଲେ ଆପଣ ଜାଣି ପାରିବେ ପିୟର୍ସ ଷ୍ଟେସନରେ ଆସି ଅଟକୁଛି ଏକ ଟ୍ରେନ । ଆଉ ଟ୍ରେନରୁ ଓଲ୍ହାଉଛନ୍ତି ଜଣେ ମହିଳା ଟ୍ରେନ ଡ୍ରାଇଭର । ଷ୍ଟେସନ କରିଡରରେ ଚାଲିଚାଲି ଯାଉଥିବା ସମୟରେ ତାଙ୍କ ସାମ୍ନାକୁ ହାତରେ ଫୁଲତୋଡ଼ା ନେଇ ଆସୁଛନ୍ତି ତାଙ୍କ ପ୍ରେମିକ । ନିକଟତର ହେବା ପରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ସାମ୍ନାରେ ଆଣ୍ଠୁ ମାଡି ବସି ଯାଉଛନ୍ତି । ଆଉ ହାତରେ ଧରିଥିବା ଫୁଲତୋଡ଼ା ଆଉ ବୋର୍ଡକୁ ପ୍ରେମିକାଙ୍କ ଆଡକୁ ବଢ଼ାଇ ଦେଉଛନ୍ତି । ଜୁମ କରି ଦେଖିଲେ ଜାଣିପାରିବେ ଏହି ବୋର୍ଡ ଟିରେ ଇଁରାଜୀ ଭାଷାରେ ଲେଖାଯାଇଛି ” ମୋ ସହ ବିବାହ କରିବକି” । ଆଉ ଧ୍ୟାନ ଦେଲେ ଶୁଣି ପାରିବେ ଏହି ମନୋରମ ଦୃଶ୍ୟର ବ୍ୟାକ ଗ୍ରାଉଣ୍ଡରେ ଜେମ୍ସ ବ୍ଳଣ୍ଟଙ୍କ ଗୀତ “ୟୁ ମେକ ମି ବେଟର” ବାଜୁଛି । ପ୍ରେମିକଙ୍କ ଏପରି ପ୍ରପୋଜାଲକୁ ଏଡାଇ ପାରିନାହାନ୍ତି ପ୍ରେମିକା । ଶେଷରେ ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି ।

ଭିଡିଓ ଟିକୁ ଟ୍ୱିଟର ୟୁଜର @Clodagh 1990 ସେୟାର କରିଥିବା ବେଳେ, ସେୟାର ହେବାର କିଛି ସମୟ ଭିତରେ 3 ଲକ୍ଷ 80 ହଜାର ଲୋକ ଦେଖିଥିବା ବେଳେ 13 ହଜାରରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିସାରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.