Below header

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଯମରାଜଙ୍କୁ ପସନ୍ଦ ନୁହେଁ ଏହି ୫ଟି କାମ, କମାଇ ଦେଇଥାଆନ୍ତି ଆୟୁଷ !

ହିନ୍ଦୁ ଧର୍ମରେ ଅନେକ ପ୍ରକାରର ମାନ୍ୟତା ରହିଛି। ସେଥି ମଧ୍ୟରୁ କିଛି ମାନ୍ୟତା ବ୍ୟକ୍ତିର ଆୟୁଷ ସହିତ ଜଡ଼ିତ ରହିଛି। ଏମିତି କୁହାଯାଇଥାଏ କି, ଯେଉଁ ଲୋକ ଏହି ମାନ୍ୟତାଗୁଡ଼ିକୁ ପାଳନ କରି ନ ଥାନ୍ତି, ଯମରାଜ ସେମାନଙ୍କ ଉପରେ ରାଗି ଯାଇଥାନ୍ତି। ଏହାଦ୍ୱାରା ବ୍ୟକ୍ତିର ଆୟୁଷ କମ ହୋଇଯାଇପାରେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ସବୁ କାମ କଲେ ଆୟୁଷ କମିଯାଇଥାଏ।

Woman using knife and fork to cut her dinner

୧. ମହାଭାରତର ଅନୁଶାସନ ପର୍ବରେ କୁହାଯାଇଛି ଯେ ପାଠ ପଢ଼ୁଥିବା ବେଳେ ଭୋଜନ କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଯମରାଜ ଆପଣଙ୍କ ଉପରେ ରାଗି ଯାଇପାରନ୍ତି। ତେଣୁ ଲମ୍ବା ଆୟୁଷ ପାଇବା ପାଇଁ ଏମିତି କରିବାଠୁ ବଞ୍ଚନ୍ତୁ।

୨. ଭୋଜନ ସହିତ ଜଡ଼ିତ ଏକ ମାନ୍ୟତା ରହିଛି କି, ମଝିରୁ ଭୋଜନ ଛାଡ଼ି ଅଇଁଠା ମୁଁହରେ ଉଠିବା ଅନୁଚିତ। ଯଦି ବି ଆପଣ ଉଠି ଯାଉଛନ୍ତି, ତ ଅଇଁଠା ହାତରେ ମଧ୍ୟ ଆଉଥରେ ଭୋଜନ କରିବା ଉଚିତ ନୁହେଁ। ଏହାଦ୍ୱାରା ବି ଆୟୁଷ କମିଯାଇଥାଏ।

haircut

୩. ବାସ୍ତୁ ଶାସ୍ତ୍ରରେ ବି ଲମ୍ବା ଆୟୁଷକୁ ନେଇ ଅନେକ କଥା ଲେଖା ହୋଇଛି। ଏହା ଅନୁସାରେ, ମୁଖ୍ୟ ଦ୍ୱାର ଆଡ଼କୁ କେବେ ବି ଗୋଡ଼ କରିକି ଶୋଇବା ଉଚିତ ନୁହେଁ। ଏମିତି କଲେ ଯମରାଜଙ୍କୁ ଖରାପ ଲାଗିଥାଏ।

୪. ମଙ୍ଗଳବାର ଏବଂ ଶନିବାର ଦିନ କେଶ କାଟିବା ଉଚିତ ନୁହେଁ। ଏହାଦ୍ୱାରା ଆୟୁଷ କମିଯାଇଥାଏ।

beautiful sunset by the beach in orange colours

୫. ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଭୁଲ ବୋଲି କୁହାଯାଇଥାଏ। ଏମିତି କଲେ ଶରୀରକୁ ବିଭିନ୍ନ ପ୍ରକାର ରୋଗ ମାଡ଼ି ବସିଥାଏ। କୁହାଯାଏ କି, ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଯମରାଜଙ୍କୁ ଆମନ୍ତ୍ରିତ କଲା ଭଳି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.