Below header

ଇସଲାମବାଦରେ ମନ୍ଦିର ନିର୍ମାଣ ନେଇ ଅନୁମତି ଦେଲେ ପାକିସ୍ତାନ ସରକାର

ଶେଷରେ ପାକିସ୍ତାନ ସରକାର ଇସ୍ଲାମଵାଦରେ ମନ୍ଦିର ସ୍ଥାପନା କରିବା ନେଇ ଅନୁମତି ଦେଇଛନ୍ତି । ଆଜକୁ ୬ମାସ ତଳେ ଇସ୍ଲାମୀ କଟୋରପନ୍ଥୀଙ୍କ ଚାପରେ ହିନ୍ଦୁଙ୍କ ଆରାଧନସ୍ଥଳୀ ନିର୍ମାଣ କାମ ଉପରେ ରୋକ ଲଗାଯାଇଥିଲା । ଇସ୍ଲାମଵାଦର ଏଚ-9 ଅଂଚଳର ୨୦ ହଜାର ବର୍ଗ ଫୁଟ ସ୍ଥାନରେ କୃଷ୍ଣ ମନ୍ଦିର ନିର୍ମାଣ ହେବା ନେଇ ଯୋଜନା କରାଯାଉଛି । ମନ୍ଦିର ବ୍ୟତୀତ ସେଠାରେ ଏକ ଶ୍ମଶାନ ମଧ୍ୟ ନିର୍ମାଣ କରାଯିବା ନେଇ ଲକ୍ଷ ରଖାଯାଇଛି । କ୍ୟାପିଟାଲ ଡେଭଲପ୍ମେଣ୍ଟ ଅଥରିଟି ବା ସିଡିଏ ସୋମବାର ଅଧିସୂଚନା ଜାରି କରି ଏନେଇ ଅନୁମତି ପ୍ରଦାନ କରିଛନ୍ତି ।

ଅଧିସୂଚନାରେ ରଖାଯାଇଥିବା ସର୍ତ୍ତ ଅନୁଯାୟୀ ଏହି ମନ୍ଦିର ଗୁଡିକର ଉଚ୍ଚତା ସାତ ଫୁଟରୁ ଅଧିକ ରଖାଯିବ ନାହିଁ । ତିନି ଫୁଟର ପକ୍କା ଖମ୍ବ ନିର୍ମାଣ କରାଯିବା ପରେ ତାହା ଉପରେ ମନ୍ଦିର ନିର୍ମାଣ କରାଯିବ । ସୂଚନା ଦେବା ଉଚିତ ହେବକି, ୬ ମାସ ତଳେ ସେଠାକାର କେତେକ କଠୋର ପନ୍ଥୀ ମୌଲବୀ ମାନେ ସରକାରଙ୍କୁ ଏନେଇ ବିରୋଧ କରିବା ସହ ଏହାକୁ ନେଇ ଧମକ ବି ଦେଇଥିଲେ । ଏହା ପରେ ଜୁଲାଇ ମାସରେ ମନ୍ଦିର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଯାଇଥିଲା । ଏହି କାରଣରୁ ହିଁ କେତେ ଗୁଡିଏ ଔପଚାରିକତା ସମେତ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଥିଲା ।

pakistan temple

ସେଠାରେ ବସବାସ କରୁଥିବା ହିନ୍ଦୁଙ୍କ ପ୍ରଚେଷ୍ଟାରେ ସରକାର ମୌଲବୀ ମାନଙ୍କ ପରିଷଦ କାଉନସେଲିଂ ଅଫ ଇସ୍ଲାମିକ ଆଇଡୋଲଜୀ ଠାରୁ ମନ୍ଦିର ନିର୍ମାଣ ସମେତ ୧୦ କୋଟି ଟଙ୍କାର ଅନୁଦାନ ରାଶି ପାଇଁ ଦାବି କରିଥିଲେ । ଅନ୍ୟପକ୍ଷରେ, ପାକିସ୍ତାନ ସମ୍ବିଧାନ କିମ୍ବା ସରିୟା ଆଇନରେ ଇସ୍ଲାମଵାଦ ବା ଦେଶର ଅନ୍ୟକୌଣସି ପ୍ରାନ୍ତରେ ମନ୍ଦିର ନିର୍ମାଣ ନେଇ ସେପରି କୌଣସି କଟକଣା ନାହିଁ । ଏମିତିକି ହିନ୍ଦୁ ମାନେ ବି ନିର୍ଦ୍ଦ୍ବନ୍ଦ୍ବରେ ନିଜ ଅନ୍ତିମ ସଂସ୍କାର କରିପାରିବେ ।

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ଶରିଫ ମନ୍ଦିର ନିର୍ମାଣ ନେଇ ଜମି ଆବଣ୍ଟନ କରିଥିଲେ । ଏହା ପରେ ସିଡିଏ ୨୦୧୭ରେ ହିନ୍ଦୁ ପଂଚାୟତକୁ ଇସ୍ଲାମଵାଦରେ ସେହି ଜମି ପ୍ରଦାନ କରିଥିଲେ । କହିରଖିବା ଉଚିତ ହେବକି, ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଅଳ୍ପ ସଂଖ୍ୟକ ସମୁଦାୟ ଭାବେ ଗଣାଯାଏ । ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସେଠାରେ ମାତ୍ର ୭୫ଲକ୍ଷ ହିନ୍ଦୁ ବସବାସ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.