Below header

ଶୀତ ଦାଉରୁ ବର୍ତ୍ତିବା ପାଇଁ ନିଆଁ ଜାଳିବା ହେଲା କାଳ, ଜୀବନ୍ତ ଜଳିଗଲେ ବୃଦ୍ଧା

ବାଲିଗୁଡା (କେନ୍ୟୁଜ୍‌) : ଶୀତ କାଳରେ ଦୁଖଦଃ ଖବର l ଶୀତ ଦାଉରୁ ବର୍ତ୍ତିବା ପାଇଁ ନିଆଁ ଜାଳିବା ହେଲା କାଳ l ଅକାଳେ ଚାଲିଗଲା ପଞ୍ଚସଠୀ ବୟସ ବୃଦ୍ଧାଙ୍କ ଜୀବନ l ନିଆଁରେ ପୋଡି ସମ୍ପୂର୍ଣ୍ଣ ଭାବେ ଜୀବନ୍ତ ଦଗ୍ଧ ହୋଇଗଲେ ବୃଦ୍ଧା l ବାଲିଗୁଡା ଥାନା ସୁଡ୍ରା ପଂଚାୟତର କତେରିଭଟା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା l କନ୍ଧମାଳ ଜିଲ୍ଲା ଏବେ ଜାଡ଼ରେ ଥରୁଥିବା ବେଳେ ସମସ୍ତେ ନିଆଁର ଆଶ୍ରୟ ନେଉଛନ୍ତି l

ତେବେ ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ କତେରୀଭଟା ଗ୍ରାମର ନୀଳାମ୍ବର ମଳିକଙ୍କ ସ୍ତ୍ରୀ ଫୁଲମତି ମଳିକ ଘରେ ଅସହ୍ୟ ଶୀତକୁ ସହିନପାରିବାରୁ ନିଆଁ ପୁଆଁର ଆଶ୍ରୟ ନେଇଥିଲେ l କିନ୍ତୁ ଦୁର୍ଭାଗ୍ୟବଶତଃ କାରଣରୁ ନିଆଁ ବ୍ୟାପି ଶରୀରରେ ଲାଗି ଯାଇଥିଲା l ଯାହାପରେ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲା ଫୁଲମତିଙ୍କ ସମ୍ପୂର୍ଣ ଶରୀର l

ତେବେ ଚିତ୍କାର ଶୁଣି ପରିବାର ଓ ପୋଡ଼ସୀ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସମ୍ଭବ ହୋଇନଥିଲା l ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚିବା ବେଳକୁ ବୃଦ୍ଧା ଜଣକ ସମ୍ପୂର୍ଣ୍ଣ ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ଅଣାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.