ଅନୁରାଗ କଶ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଫିଡ୍‌କି ଗଲେ ପାୟଲ ଘୋଷ, କହିଲେ-‘ମରିଯିବି କି ତା’ ପରେ ଆକ୍ସନ୍‌ ନେବ’

ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଖୁସି ନାହାନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ପାୟଲ ଘୋଷ। ସେପ୍ଟେମ୍ବର ମାସରେ ପାୟଲ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିଲେ। ଏହା ପରେ ପାୟଲ ବର୍ସୋବା ପୋଲିସ ଷ୍ଟେସନ୍‌ରେ ଅନୁରାଗଙ୍କ ବିପକ୍ଷରେ ଏଫ୍‌ଆଇଆର ମଧ୍ୟ ଦେଇଥିଲେ। ପୋଲିସ ପରେ ଅନୁରାଗଙ୍କୁ ଥାନାକୁ ଡାକି ପଚରାଉଚରା ମଧ୍ୟ କରିଥିଲା। କିନ୍ତୁ ପାୟଲ ଏବେ ପୋଲିସର ତଦନ୍ତରେ ଖୁସି ନଥିବା କହିଛନ୍ତି।

ନିକଟରେ ପାୟଲ ଟ୍ଵିଟ୍‌ କରି ପୋଲିସ ତାଙ୍କ କେସ୍‌ର ତଦନ୍ତ ଠିକ୍‌ ଭାବେ କରିନଥିବା ଅଭିଯୋଗ କରିଛନ୍ତି। ପାୟଲ କହିଛନ୍ତି, ‘ଇତି ମଧ୍ୟରେ ୪ ମାସ ହୋଇସାରିଲାଣି କିନ୍ତୁ ମୁଁ ପ୍ରମାଣ ଦେଇଥିଲେ ମଧ୍ୟ ଅନୁରାଗ କଶ୍ୟପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଯାଞ୍ଚକୁ ଆଗକୁ ବଢ଼ାଇବାକୁ କ’ଣ ମୋତେ ମରିବାକୁ ପଡ଼ିବ?’

ଆଉ ଏକ ଟ୍ଵିଟ୍‌ରେ ପାୟଲ ମୁମ୍ବାଇ ପୋଲିସକୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘ଏତେ ସମୟ ବିତିଥିଲେ ମଧ୍ୟ ମୁମ୍ବାଇ ପୋଲିସ ତା ବେଷ୍ଟ୍‍ ଦେଇନାହିଁ। ମୁଁ ହୃଦୟରୁ ପ୍ରାର୍ଥନା କରୁଛି। ଏହା ଏକ ମହିଳାଙ୍କ ମାମଲା ଓ ଆମକୁ ଧ୍ୟାନ ରଖିବା ଉଚିତ ଯେ ଆମେ କି ଉଦାହରଣ ତିଆରି କରୁଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.