ଏଠି କଣ ସବୁ ନକଲି ? ଘିଅ, ମସଲା ପରେ ଜଗତପୁର ଶିଳ୍ପାଞ୍ଚଳରୁ ଦାମୀ ବ୍ରାଣ୍ଡର ନକଲି ସିମେଣ୍ଟ କାରଖାନା ଠାବ

କଟକ : ପୁଣି ନକଲି କାରଖାନା। କଟକ ଜଗତପୁର ଶିଳ୍ପାଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ନାମୀ ଦାମୀ କମ୍ପାନୀ ନାଁରେ ଏଠାରେ ପ୍ରସ୍ତୁତ ହେଉଥିଲା ଡୁପ୍ଲିକେଟ୍‌ ସାମଗ୍ରୀ। ଜଗତପୁର ଥାନା ପୋଲିସ ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ସିମେଣ୍ଟ ଜବତ ହୋଇଛି।

୨ହଜାରରୁ ଅଧିକ ନକଲି ସିମେଣ୍ଟ ପ୍ୟାକେଟ ସହ ମେସିନ୍‌ ଓ ଦାମୀ କମ୍ପାନୀର ଲୋଗୋ ଥିବା ବସ୍ତା ଜବତ କରାଯାଇଛି। ଦୀର୍ଘ ଦିନ ଧରି ଏଠାରେ ନକଲି ସିମେଣ୍ଟ ବ୍ୟବସାୟ ଚାଲିଥିଲା। ଗତକାଲି କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ପିଠାପୁର ମୁନ ଲାଇଟ ଲେନରେ ଦୁର୍ଗା ଉଦ୍ୟୋଗ ନାମରେ ଚାଲିଥିବା ଏହି ଘିଅ କମ୍ପାନୀ ଉପରେ ଚଢ଼ାଉ କରି ସିଲ କରିଥିଲା କମିଶନରେଟ୍‌ ପୋଲିସ। କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ ସହ ବହୁ ଯନ୍ତ୍ରପାତି ଜବତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.