ଯମୁନା ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା, ଦେଖୁ ଦେଖୁ ପାଞ୍ଚ ମିନିଟରେ ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ: ମଙ୍ଗଳବାର ଭୋର ସମୟରେ ଯମୁନା ଏକ୍ସପ୍ରେସ ୱେରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି ।୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ କାର ସହ ସାମ୍ନା ପଟରୁ ଆସୁଥିବା ଏକ ଟ୍ୟାଙ୍କର ଧକ୍କା ଦେଇଥିଲା । ଧକ୍କା ଖାଇବା ପରେ କାରରେ ତତକ୍ଷଣାତ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ରୂପ ନେଇଥିଲାଯେ ସେଥିରେ ଥିବା ସମସ୍ତ ଯାତ୍ରୀ ଜଳି ଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି । ଏମାନେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ସୁଦ୍ଧା କୌଣସି ପ୍ରକାର ସାହାଯ୍ୟ ମିଳିନଥିଲା । ନିଆଁର ବେଗ ଏତେ ଅଧିକ ଥିଲା ଯେ ରାସ୍ତା ଦେଇଯାଉଥିବା ଅନ୍ୟମାନେ ପାଖକୁ ଆସି ସାହାଯ୍ୟ କରିବାକୁ ଭୟ କରିଥିଲେ । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାଯାଇଛି । ଯମୁନା ଏକ୍ସପ୍ରେସ ୱେର ଖଣ୍ଡଲି ଅଞ୍ଚଳରେ ହିଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀ ହେଉଛନ୍ତି ଲକ୍ଷନଉ ବାସିନ୍ଦା । ଆଜି ଭୋର ସମୟରେ ସେମାନେ ଏକାଠି କାର ଯୋଗେ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ରଙ୍ଗ ରୁଟରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଟ୍ରକକୁ ସାମ୍ନା ପଟରୁ ଧକ୍କା ଦେଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଘଟଣାର କିଛି ସମୟ ପୂର୍ବରୁ ତାଙ୍କ କାରକୁ ଦୁର୍ଘଟଣଗ୍ରସ୍ଥ କାରଟି ଓଭରଟେକ କରି ଯାଇଥିଲା । ଦୁର୍ଘଟଣଗ୍ରସ୍ଥ କାରର ଠିକ ପଛରେ ଆସୁଥିଲା ତାଙ୍କ କାର । ଅଚାନକ ଭୁଲ ରାସ୍ତାରେ ଆସୁଥିବା ଏକ ଟ୍ୟାଙ୍କର ତାଙ୍କ କାରକୁ ଧକ୍କା ଦେଇଥିଲା । ଟ୍ୟାଙ୍କରର ଡିଜେଲ ଟ୍ୟାଙ୍କରୁ ଲିକେଜ ହେଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.