ମାଛ ଧରିବା ସମୟରେ ମତ୍ସ୍ୟଜୀଵୀଙ୍କ ଜାଲରେ ପଡିଲା ତିନି ଗୋଡ ଥିବା ଜୀବ, ଯାହାକୁ ଦେଖି ଧୀବର ହୋଇଗଲେ ଆଶ୍ଚର୍ଯ୍ୟ

ମତ୍ସ୍ୟଜୀଵୀ ଜଣକ ସମୁଦ୍ରରୁ ମାଛ ଧରିବା ପାଇଁ କଣ୍ଟା ଫୋପାଡିଥିଲେ। କିଛି ସମୟ ପରେ କଣ୍ଟା ହଲିବାକୁ ଲାଗିଥିଲା। ଏହାଦେଖି ମତ୍ସ୍ୟଜୀଵୀ ଜଣକ ତାରଟିକୁ ଟାଣିଥିଲେ। ତାଙ୍କୁ ଲାଗିଥିଲା କଣ୍ଟାରେ କିଛି ବଡ ମାଛ ପଡିଛି କିନ୍ତୁ ପୁରା ତାରଟି ବାହାରକୁ ଆସିବା ପରେ ମତ୍ସ୍ୟଜୀଵୀ ଜଣଙ୍କର ହୋସ୍‌ ଉଡିଯାଇଥିଲା। ସେ ଆଜି ପର୍ଯ୍ୟନ୍ତ ଏଭଳି ଅଦ୍ଭୁତ ଜୀବ ଦେଖିନାହାନ୍ତି। ଏବେ ସେହି ଜୀବର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

aaସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜୀବ କିଏ ଏବଂ କେଉଁଠି ବାହାର କରିଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଜୀବର ଫଟୋ ଲକ୍ଷ ଲକ୍ଷ ଲୋକମାନେ ଦେଖିସାରିଲେଣୀ। ଏଲିୟନ ଭଳି ଦେଖାଯାଉଥିବା ଏହି ଜୀବ ପ୍ରଥମେ ଅକ୍ଟୋପସ୍‌ ଭଳି ଦେଖାଯାଉଥିଲା। କିନ୍ତୁ ଏହାର ଅକ୍ଟୋପସ୍‌ ଭଳି ଶୁଣ୍ଢ ନାହିଁ।

alian-ଏଲିୟନ ଭଳି ଦେଖାଯାଉଥିବା ଏହି ଜୀବର ତିନଟି ଗୋଡ ରହିଛି। ଏହି ଜୀବ ନିଜ ମୁହଁକୁ ଆପେ ଆପେ ମେଲାଇଦିଏ। ଏହାର ଦୁଇଟି ବଡ ବଡ ଆକି ରହିଛି, ଯାହା ବଲିଉଡ ଫିଲ୍ମରେ ଦେଖାଯାଉଥିବା ଏଲିୟନ ଯାଦୁ ଭଳି ଦେଖାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଜୀବର ପ୍ରକୃତ ନାଁ ଜଣାପଡିନଥିବା ବେଳେ ଓଶନ କଂଜରେ ଭସନ ଟ୍ରଷ୍ଟର ବୈଜ୍ଞାନିକଙ୍କୁ ଦେଖାଇବା ପରେ ଜାଣିବାକୁ ମିଳିଛି ଏହା ଇଲାସ୍ମୋବ୍ରାଞ୍ଚ ପ୍ରଜାତିର ଜୀବ ସହ ସାମଞ୍ଜସ୍ୟ ରହିଛି।

Leave A Reply

Your email address will not be published.