Below header

ଜାପାନର ଓସାକାରେ ଜି-୨୦ ସମ୍ମିଳନୀ ଆରମ୍ଭ : ଭାରତ, ଆମେରିକା ଓ ଜାପାନ ମଧ୍ୟରେ ହୋଇଛି ତ୍ରିପାକ୍ଷିକ ବୈଠକ

ଜାପାନର ଓସାକାରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ଆଜି ସକାଳୁ ସକାଳୁ ଭାରତ, ଆମେରିକା ଓ ଜାପାନ ମଧ୍ୟରେ ତ୍ରିପାକ୍ଷିକ ବୈଠକ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସାମିଲ ହୋଇଥିଲେ । ଜି-୨୦ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ମୁଖ୍ୟତଃ ୪ଟି ପ୍ରସଙ୍ଗରେ ଆଲୋଚନା ହୋଇଛି । ମୋଦି କହିଛନ୍ତି ଇରାନ ପ୍ରସଙ୍ଗ, ଦ୍ୱିପାକ୍ଷିକ ସମ୍ବନ୍ଧ, ୫-ଜି ଓ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହୋଇଛି । ସବ୍‌କା ସାଥ୍‌ ସବ୍‌କା ବିକାଶ ଆମର ମୂଳ ମନ୍ତ୍ର । ଦ୍ୱିତୀୟ ଥର ବିଜୟୀ ହୋଇ ସରକାର ଗଠନ କରିଥିବାରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ କହିଛନ୍ତି, ମୋଦି ବହୁତ ଭଲ କାମ କରୁଛନ୍ତି । ଭାରତ ସହିତ ଆମର ସଂପର୍କ ବହୁତ ଭଲ ରହିଛି । ଆମେ ଅନେକ ପ୍ରସଙ୍ଗରେ ମିଳିମିଶି କାମ କରୁଛୁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବ୍ୟାପାର ସଂପର୍କରେ ମଧ୍ୟ ଭାରତ ସହ ଆଲୋଚନା ହୋଇଥିବା କହିଛନ୍ତି ଟ୍ରମ୍ପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.