ବ୍ରଶ କରିବା ସମୟରେ କେତେ ରହିବା ଉଚିତ୍ ପେଷ୍ଟର ପରିମାଣ ?

ସାଧାରଣତଃ ସମସ୍ତଙ୍କର ଚିନ୍ତାଧାରା ରହିଥାଏ ବ୍ରଶ କରିବା ସମୟରେ ପାଟିରୁ ଯେତେ ଅଧିକ ଫେଣ ବାହାରିବ ସେତେ ଭଲ ଦାନ୍ତ ସଫା ହୋଇଥାଏ । କିନ୍ତୁ ବାସ୍ତବରେ ଏପରି ହୋଇନଥାଏ। ବରଂ ଅଧିକ ଟୁଥପେଷ୍ଟର ବ୍ୟବହାର କରି ଦାନ୍ତ ଘଷିବା ଶରୀର ପାଇଁ ହାନିକାରକ ପ୍ରମାଣିତ ହୋଇଥାଏ।

tooth brush

ସଠିକ୍ ମାତ୍ରାରେ କରନ୍ତୁ ଟୁଥପେଷ୍ଟର ବ୍ୟବହାର

ଦାନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବ୍ରଶରେ ଟୁଥପେଷ୍ଟର ମାତ୍ରା ଛୋଟ ମଟର ଦାନା ଯେତିକି ରହିବା ଉଚିତ୍। ଅଧିକ ଟୁଥପେଷ୍ଟର ବ୍ୟବହାର ଦାନ୍ତକୁ କ୍ଷତି ପହଞ୍ଚାଇଥାଏ। ଟୁଥପେଷ୍ଟରେ ରହିଥିବା ଫେ୍ଲାରାଇଡ୍ କେବଳ ଦାନ୍ତକୁ ମଜବୁତ କରିଥାଏ କିନ୍ତୁ ଦାନ୍ତରେ ଲାଗିଥିବା ମଇଳା ବ୍ରଶ ହିଁ ସଫା କରିଥାଏ।ଏଣୁ ଅଧିକ ଟୁଥପେଷ୍ଟର ବ୍ୟବହାର କରିବା ମୁର୍ଖାମୀ ହୋଇଥାଏ।

ଡାକ୍ତରଙ୍କ ଅନୁଯାୟୀ ଆଜିକାଲି ବଜାରରେ ମିଳୁଥିବା ଟୁଥପେଷ୍ଟରେ ଫେ୍ଳାରାଇଡ ଅଧିକ ମାତ୍ରାରେ ରହିଥାଏ। ଯାହାଫଳରେ ତାହା ପାଟିର ପିଏଚ କମ୍ କରିଦେଇଥାଏ। ଏଣୁ ଭୁଲରେ ମଧ୍ୟ ବ୍ରଶ କରିବା ସମୟରେ ଆବଶ୍ୟକତାରୁ ଅଧିକ ଟୁଥପେଷ୍ଟ ବ୍ୟବହାର କରିବା ଅନୁଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.