ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ପ୍ରଥମ ବଜେଟ୍‌ । ଏଥର ବଜେଟ ଆକାର ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା ହେବ । କୃଷିକୁ ବଜେଟ୍‌ରେ ଗୁରୁତ୍ୱ ମିଳିବା ସୁନିଶ୍ଚିତ। ତେଣୁ କାଳିଆ ଯୋଜନା ପାଇଁ ବଜେଟରେ ୬ ହଜାର କୋଟି ଟଙ୍କା ବ୍ୟୟବରାଦ ଅନୁମାନ କରାଯାଉଛି । ଜଳସେଚନକୁ ବି ମିଳିପାରେ ଗୁରୁତ୍ୱ। ଏହାସହ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଅଧିକ ଫୋକସ କରିପାରନ୍ତି । ମହିଳା ସଶକ୍ତୀକରଣ ପାଇଁ ସୃଷ୍ଟି ହୋଇପାରେ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ। ପ୍ରତି ପଞ୍ଚାୟତ ଓ ଜିଲ୍ଲା ସଦର ମହକୁମାରେ ମିଶନ ଶକ୍ତି ଭବନ ନିର୍ମାଣ, ମହିଳା ଏସ୍‌ଏଚ୍‌ଜିଙ୍କୁ ୫ ହଜାର କୋଟି ଟଙ୍କାର ସରକାରୀ କାମ ଯୋଗାଇବାକୁ ଯୋଜନା ରହିଛି । ତେଣୁ ମିଶନ ଶକ୍ତିରେ ବଢିପାରେ ବ୍ୟୟ ବରାଦ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେତେ ବ୍ୟୟବରାଦ ହେବ ତା ଉପରେ ରହିଛି ନଜର । ନିର୍ବାଚନ ପୂର୍ବର ବଜେଟ୍‌ ଓ ନିର୍ବାଚନୀ ପ୍ରତିଶ୍ରୁତି ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି, ଚାଷୀ ଓ ସାମାଜିକ ସୁରକ୍ଷା ଦିଗରେ ଅଧିକ ଖର୍ଚ୍ଚ ହେବ। ଏହାଦ୍ୱାରା କ୍ୟାପିଟାଲ ଏକ୍ସପେଣ୍ଡିଚର କ୍ଷେତ୍ରରେ ସମ୍ବଳ ସୀମିତ ହୋଇଯିବ। ଯାହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ତେଣୁ ଋଣ ଭାର ମଧ୍ୟ ବଢିବା ଆଶଙ୍କା ରହିଛି। ଆଗକୁ ପୌର ନିର୍ବାଚନ ଥିବାରୁ ବଜେଟରେ ସହରାଞ୍ଚଳ ବିକାଶକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.