ଆଜି ପୁରୀରେ ବସିଛି ରଥଯାତ୍ରା ପ୍ରସ୍ତୁତିର ଶେଷ ସମୀକ୍ଷା ବୈଠକ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ୟୁଜ୍) :  ରଥଯାତ୍ରା ପୂର୍ବରୁ ପୁରୀରେ ଶେଷ ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗତ ୩ଟି ସମୀକ୍ଷା ବୈଠକରେ ରଥଯାତ୍ରା ସଂପର୍କରେ ନିଆଯାଇଥିବା ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହୋଇଛି ତାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ରଥଯାତ୍ରାକୁ ସୁରୁଖୁରୁରେ ସଂପନ୍ନ କରିବାକୁ ଆହ୍ଵାନ ଦେଇଛନ୍ତି ନବୀନ ପଟ୍ଟନାୟକ। ଏହାସହ ପୁରୀବାସୀଙ୍କ ମଧ୍ୟ ସହଯୋଗ ଲୋଡ଼ିଛନ୍ତି। ଫନି ପରେ କମ୍‌ ସମୟ ମଧ୍ୟରେ ସବୁ ସୁରୁଖୁରୁରେ ଓ ସୂଚାରୁ ରୁପେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ବୈଠକରେ ଗୁରୁତ୍ୱାରୋପ ହୋଇଥିଲା। ପୁରୀ ନିଳାଦ୍ରୀ ଭକ୍ତନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବିଭିନ୍ନ ବିଭାଗୀର ମନ୍ତ୍ରୀ, ସଚିବ, ପୋଲିସ ଡିଜିଙ୍କ ସହ ବରିଷ୍ଠ ପଦାଧିକାରୀ, ସେବାୟତ ପ୍ରତିନିଧି ସାମିଲ ହୋଇଥିଲେ । ଆସନ୍ତା ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.