ସାବିତ୍ରୀ ବ୍ରତ ପୂଜାକୁ ନେଇ ଦୁଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳକାଣ୍ଡ

ଜଳେଶ୍ୱର(କେନ୍ୟୁଜ): ସାବିତ୍ରୀ ବ୍ରତ ପୂଜାକୁ ନେଇ ତୁମୁଳ କାଣ୍ଡ । ପୂଜକଙ୍କୁ ନେଇ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମହୁଲିଆ ଗ୍ରାମରେ । ସାବିତ୍ରୀ ବ୍ରତ ପୂଜାକୁ ନେଇ ଘଟିଛି ଏମିତି ଘଟଣା ଯାହାକୁ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ।

ଆପଣମାନେ ତ ସବୁ ଜାଣିଛନ୍ତି ଗତକାଲି ଥିଲା ସାବିତ୍ରୀ ବ୍ରତ । ହିନ୍ଦୁ ଧର୍ମରେ ସାବିତ୍ରୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି । ସାବିତ୍ରୀ ବ୍ରତ ପ୍ରତ୍ୟକ ଓଡିଆ ନାରୀ ପାଇଁ ବହୁପ୍ରତିକ୍ଷିତ ତିଥିଟିଏ । ଓଡ଼ିଆ ଘରର ପରମ୍ପରା ଅନୁସାରେ ସଧବା ମହିଳାମାନେ ସୁଖୀ ଦାମ୍ପତ୍ୟ ଜୀବନ ଏବଂ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପଳନ କରିଥାନ୍ତି । ହେଲେ ଏଠି କିନ୍ତୁ ଭଲ ମନରେ ପୂଜା କରିବେ କଣ, ସିଧା ଆରମ୍ଭ ହୋଇଯାଇଥିଲା ଦୁଇ ମହିଳାଙ୍କ ଗୋଷ୍ଠୀଙ୍କ ଭିତରେ ସଂଘର୍ଷ ।

ଠେଲାପେଲା, ଯୁକ୍ତିତର୍କ ଏମିତି ହେଲା ଯେ ଗାଁର ପୁରୁଷ ମାନେ ବି ଆସି ମୁଣ୍ଡ ଖେଳାଇଲେ । ଶେଷରେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲା ପୋଲିସ୍ । ଗଣ୍ତଗୋଳ ତୀବ୍ର ହେବାରୁ ପୋଲିସ୍ ଆସି ଦୁଇ ଗୋଷ୍ଠୀର ମହିଳାଙ୍କୁ ବୁଝାସୁଝା କରିଥିଲା ।

ତେବେ ସୂଚନା ଅନୁଯାୟୀ ସାବିତ୍ରୀ ବ୍ରତ ଥିବାରୁ ମହୁଲିଆ ଗ୍ରାମରେ କିଛି ମହିଳା ଗାଁରେ ଥିବା ମନ୍ଦିର କୁ ପୂଜା କରିବାକୁ ଆସିଥିଲେ । ମହିଳା ମାନେ ମନ୍ଦିରରେ ଥିବା ପୂଜକଙ୍କ ନିକଟରେ ପୂଜା କରିବା ପାଇଁ ବସିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ମହିଳାମାନେ ଆଉ ଜଣେ ପୂଜକଙ୍କୁ ଆଣି ସେଠାରେ ପୂଜା କରିବେ ବୋଲି କହିଥିଲେ । ଯାହାକୁ ନେଇ ଉଭୟ ମହିଳା ଗୋଷ୍ଠୀଙ୍କ ଭିତରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଯାହା ପ୍ରବଳ ଗଣ୍ତଗୋଳରେ ପରିଣତ ହୋଇଥିଲା । ଶେଷରେ କୌଣସି ସମାଧାନ ନହେବାରୁ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା ।

ଏପଟେ ଯାହା ଜଣାପଡିଛି କି, ଶେଷରେ ଉତେଜନା ଉଗ୍ର ରୂପ ନେବାରୁ ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ୍ ପହଞ୍ଚି ଉତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛି । ତେବେ ସେ ଯାହା ବି ହେଉ ଏଭଳି ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଯଦି ବଡ ମାନେ ଏଭଳି ଆଚରଣ କରିବେ ତେବେ, ଏମାନଙ୍କଠାରୁ ପିଲାମାନେ କଣ ଶିଖିବେ?

Leave A Reply

Your email address will not be published.