Below header

ସ୍ତ୍ରୀକୁ ଜୁଆରେ ଲଗାଇଲା ମଦ୍ୟପ ସ୍ବାମୀ, ହାରିଯିବା ପରେ ଦୁଷ୍କର୍ମ ପାଇଁ ଟେକିଦେଲା ସାଙ୍ଗମାନଙ୍କ ହାତକୁ

ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ସବୁ ସମସ୍ୟାରୁ ସ୍ତ୍ରୀକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରିଥାଏ ସ୍ବାମୀ । ଯେତେ ବାଧା ବିଘ୍ନ ଆସିଲେ ସ୍ତ୍ରୀର ସୁରକ୍ଷା କବଚ ହୋଇ ରହିବା ପାଇଁ ପ୍ରତିଜ୍ଞା କରିଥାଏ ସ୍ବାମୀ । ହେଲେ ଏହି ସ୍ବାମୀ ଯଦି ସ୍ତ୍ରୀର ରକ୍ଷକ ପରିବର୍ତ୍ତେ ସାଜେ ଭକ୍ଷକ ତେବେ କଣ କୁହାଯିବ ତାକୁ ? ସେହିପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଜୋନପୁରରେ ।

ପ୍ରଥମେ ସ୍ତ୍ରୀକୁ ଜୁଆରେ ଲଗାଇଲା ମଦୁଆ ସ୍ବାମୀ । ଆଉ ଆଉ ହାରିଯିବା ପରେ ଦୁଷ୍କର୍ମ ପାଇଁ ଟେକିଦେଲା ସାଙ୍ଗମାନଙ୍କ ହାତକୁ । ଥରେ ନୁହେଁ ଦୁଇ ଦୁଇ ଥର ଜୁଆରେ ହାରି ପରପୁରୁଷ ପାଖେ ନିଜ ସ୍ତ୍ରୀକୁ ଛାଡିଦେଇଥିଲା ସ୍ବାମୀ । ଯେଉଁମାନେ ପାଳି କରି କରି ପୀଡିତାକୁ କରିଥିଲେ ଦୁଷ୍କର୍ମ ।

ଏହା ସହ ପଢନ୍ତୁ ମା’ କୋଳରୁ ଉଠାଇ ନେଇ ଶିଶୁକନ୍ୟାକୁ କଲେ ଗଣଦୁଷ୍କର୍ମ, କାନ୍ଦିବାରୁ କାଟିଦେଲେ ମୁଣ୍ଡ

ସୂଚନାମୂତାବକ, ପୀଡିତାଙ୍କ ବିବାହ ଶାହଗଞ୍ଜର ଜଣେ ଯୁବକଙ୍କ ସହ ହୋଇଥିଲା । ତେବେ ବିବାହ ପରେ ପୀଡିତା ଜାଣିବାକୁ ପାଇଥିଲେ ତାଙ୍କ ସ୍ବାମୀ ମଦ ପିଇବା ସହ ଜୁଆ ଖେଳନ୍ତି । ଘରକୁ ତାଙ୍କର ଅନେକ ସମୟରେ ସ୍ବାମୀଙ୍କ ଦୁଇ ସାଙ୍ଗ ଅରୁଣ ଏବଂ ଅନୀଲ୍ ଆସିଥାନ୍ତି । ଆଉ ସେମାନେ ପହଂଚିଯିବା ପରେ ଘରେ ଜମେ ଜୁଆ ଏବଂ ବଦର ଆସର । ତେବେ ଥରେ ଜୁଆରେ ନିଜ ସ୍ତ୍ରୀକୁ ହାରିଯାଇଥିଲେ ଅଭିଯୁକ୍ତ । ଆଉ ତା ପରେ ଅରୁଣ ଏବଂ ଅନୀଲ୍ ତାଙ୍କୁ କରିଥିଲେ ଦୁଷ୍କର୍ମ ।

ଏଥିରେ ଅପମାନିତ ହୋଇ ନିଜ ବାପଘରକୁ ଚାଲିଯାଇଥିଲେ ପୀଡିତା । ଏହା ପରେ ତାଙ୍କୁ ଭୁଲ୍ ଭାଗି ପୁଣି ଥରେ ନିଜ ଘରକୁ ଫେରାଇ ଆଣିଥିଲେ ଅଭିଯୁକ୍ତ ସ୍ବାମୀ । କିନ୍ତୁ ଫେରିବା ପରେ ପୁଣି ଥରେ ଆରମ୍ଭ ହୋଇଥିଲା ସେହି କାମ । ଆଉ ପୁଣି ଥରେ ଜୁଆରେ ହାରି ନିଜ ସ୍ତ୍ରୀକୁ ପର ହାତରେ ଟେକି ଦେଇଥିଲା ଅଭିଯୁକ୍ତ ।

ତେବେ ପୀଡିତାଙ୍କ ଅଭିଯୋଗ ପରେ ବି ମାମଲା ରୁଜୁ କରିନଥିଲା ପୋଲିସ୍ । ଯାହା ଫଳରେ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏବେ କୋର୍ଟର ଆଦେଶ ପରେ ତଦନ୍ତ କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.