Below header

ଚୀନକୁ କଡା ଚେତାବନୀ ଦେଲେ ସିଡିଏସ ଜେନେରାଲ ବିପିନ ରାୱତ, LACରେ ବରଦାସ୍ତ କରାଯିବନି ବିଶୃଙ୍ଖଳା

ଭାରତ ଓ ଚୀନ ମଧ୍ୟରେ ଲଦାଖର ପୂର୍ବବର୍ତ୍ତୀ ସୀମାରେ ବିବାଦୀୟ ପରିସ୍ଥିତି ଏବେ ବି ଜାରି ରହିଛି  । ଯେବେକି ଦୁଇଦେଶ ମଧ୍ୟରେ ସ୍ଥାନୀୟ ଚୁଷୁଲ ଅଞ୍ଚଳରେ ୮ମ ସୈନ୍ୟ ସ୍ତରୀୟ ଆଲୋଚନା ବି ଆରମ୍ଭ ହୋଇଯାଇଛି  । ଏଭିତରେ ଦେଶର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି  । ସେ କହିଛନ୍ତିକି, ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏଏସିରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ  । ଏହା ସହ ସେ କହିଛନ୍ତିକି, ଆଗକୁ ଭାରତର ରକ୍ଷା ଉଦ୍ୟୋଗକୁ ଆହୁରି ମଜବୁତ କରାଯିବ  ।

ସିଡିଏସ ରାୱତ ଶୁକ୍ରବାର ଏହା ମଧ୍ୟ କହିଛନ୍ତିକି, ଆସନ୍ତା କିଛି ବର୍ଷ ମଧ୍ୟରେ ଆମ ରକ୍ଷା ଉଦ୍ୟୋଗକୁ କିପରି ତୀବ୍ର ଗତିରେ ବଢ଼ାଯାଇପାରିବ ସେନେଇ ଚେଷ୍ଟା କରାଯାଉଛି  । ଯେକୌଣସି ପରିସ୍ଥିତିକୁ କିପରି ମୁକାବିଲା କରାଯିବ ସେନେଇ ସୈନ୍ୟ ପକ୍ଷରୁ ପ୍ରସ୍ତୁତି ଜାରି ରଖାଯାଇଛି  । ଏହାବାଦ ଭାରତୀୟ ରକ୍ଷା ଉଦ୍ୟୋଗରେ ଅତ୍ୟାଧୁନିକ ଉପକରଣ ମାନ ଯୋଗ କରିବା ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି  । ନ୍ୟାସନାଲ ଡିଫେନ୍ସ କଲେଜ ଦ୍ୱାରା ଆୟୋଜିତ ଏକ ଡାଇମଣ୍ଡ ଜୁବଲୀ ୱେବିନାରରେ ହିଁ ସିଡ଼ିଏସ ଜେନେରାଲ ରାୱତ ଚୀନକୁ ଏହି ଚେତାବନୀ ଦେଇଥିବା ଜଣାଯାଇଛି  ।

ବିପିନ ଏହା ମଧ୍ୟ କହିଛନ୍ତିକି ଭାରତ ନିଜ ଶତ୍ରୁ ଦେଶଙ୍କ ସହ ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରିବା ସହିତ ପରିସ୍ଥିତି ଜଟିଳ ହେଲେ କଡା ପଦକ୍ଷେପ ନେଇଥାଏ ବୋଲି କହିଛନ୍ତି  । ଭାରତ ଯେତେ ଯେତେ ଅଗ୍ରଗତି କରିବ ସେ ଅନୁଯାୟୀ, ତା ପାଇଁ ସୁରକ୍ଷା ଚ୍ୟାଲେଞ୍ଜ ବି ସେହି ଅନୁପାତରେ ବଢି ବଢି ଚାଲିବ  । ଦେଶର ସୈନ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ଆଉ ଅନ୍ୟ ଦେଶ ମାନଙ୍କ ଉପରେ ନିର୍ଭର କରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି  । ରଣନୀତି ପାଇଁ ସ୍ବଦେଶୀ ଟେକନିକ ଉପରେ ନିର୍ଭର କରିବ ଦେଶ  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.